www.samajalive.in
Monday, December 8, 2025
20.1 C
Bhubaneswar

ଭରଣପୋଷଣ ଭତ୍ତା ସ୍ବାମୀ ପାଇଁ ଦଣ୍ଡ ନ ହେଉ: ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ବୈବାହିକ ବିବାଦରେ ପତ୍ନୀଙ୍କୁ ଦିଆଯାଉଥିବା ଭରଣପୋଷଣ ଭତ୍ତା ସ୍ବାମୀ ପାଇଁ ଦଣ୍ଡ ସଦୃଶ ହେବା ଉଚିତ ନୁହେଁ। ଏ କ୍ଷେତ୍ରରେ ଅଦାଲତ ଯତ୍ନବାନ ହେବା ଉଚିତ୍ ଯେ, ପତ୍ନୀ ଏକ ଉତ୍ତମ ଜୀବନ ଯାପନ କରିପାରୁଥିବେ, କିନ୍ତୁ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ସହିତ ଅନ୍ୟାନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ବେଙ୍ଗାଲୁରୁରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା ପରେ ଯୌତୁକ ନିଷେଧ ଆଇନର ଅପବ୍ୟବହାରକୁ ନେଇ ଦେଶବ୍ୟାପୀ ଚାଲିଥିବା ବିତର୍କ ମଧ୍ୟରେ ଏହି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଜଷ୍ଟିସ ବିକ୍ରମନାଥ ଏବଂ ପ୍ରସନ୍ନା ବି. ଓ୍ବରାଲେଙ୍କ ଖଣ୍ଡପୀଠ ତାଙ୍କ ରାୟରେ ଦେଶର ସମସ୍ତ ଅଦାଲତଙ୍କୁ ୨୦୨୦ରେ ଆସିଥିବା ଏକ ରାୟ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ସେହି ରାୟରେ ସୁପ୍ରିମକୋର୍ଟର ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏବଂ ସୁବାଷ ରେଡ୍ଡୀଙ୍କ ଖଣ୍ଡପୀଠ ଭରଣପୋଷଣ ଭତ୍ତା ପ୍ରସଙ୍ଗରେ ୮ଟି ନିର୍ଦ୍ଦେଶାବଳୀ ଜାରି କରିଥିଲେ। ନୂଆ ରାୟରେ ସେହି ନିର୍ଦ୍ଦେଶାବଳୀ ଉପରେ ଜୋର ଦେଇଛନ୍ତି ସୁପ୍ରିମକୋର୍ଟ। ଭରଣପୋଷଣ ଭତ୍ତା ସ୍ଥିର କରିବା ସମୟରେ ଏହି ୮ ଦିଗ ଉପରେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

- Advertisement -

୧- ପତି-ପତ୍ନୀଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତି
୨- ଭବିଷ୍ୟତରେ ପତ୍ନୀ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା
୩- ଉଭୟ ପକ୍ଷର ଶିକ୍ଷାଗତ ଯୋଗ୍ୟତା ଏବଂ ରୋଜଗାର
୪- ଆୟର ଉତ୍ସ ଏବଂ ସମ୍ପତ୍ତି
୫- ଶାଶୂଘରେ ରହୁଥିବା ସମୟରେ ପତ୍ନୀଙ୍କ ଜୀବନଧାରଣ ମାନ
୬- ପରିବାରର ଯତ୍ନ ନେବା ପାଇଁ ପତ୍ନୀ ଚାକିରି ଛାଡ଼ିଥିଲେ କି?
୭- ପତ୍ନୀଙ୍କର କୌଣସି ଆୟ ନଥିଲେ ଆଇନଗତ ଲଢେଇ ଲଢିବାକୁ ଉଚିତ ଖର୍ଚ୍ଚ
୮- ସ୍ୱାମୀଙ୍କ ଆର୍ଥିକ ସ୍ଥିତି, ଆୟ ଏବଂ ଅନ୍ୟାନ୍ୟ ଦାୟିତ୍ବ ଉପରେ ଭରଣପୋଷଣ ରାଶିର ପ୍ରଭାବ

ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭରଣପୋଷଣ ରାଶି ସ୍ଥିର କରିବାବେଳେ ଏହି ୮ଟି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍, କିନ୍ତୁ ପ୍ରତ୍ୟେକ ମାମଲା କ୍ଷେତ୍ରରେ ଏହାକୁ ସ୍ଥାୟୀ ସୂତ୍ର ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ମାମଲାର ସତ୍ୟାସତ୍ୟ ଅନୁସାରେ ରାୟ ଶୁଣାଇପାରିବେ ଅଦାଲତ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories