www.samajalive.in
Friday, December 5, 2025
26.1 C
Bhubaneswar

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ଓ ବିଏସ୍ଏନ୍ଏଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର

ଗୋପାଳପୁର : ନିଷ୍ଟ୍ ବିଶ୍ୱବିଦ୍ୟାଳୟ ଓ ବିଏସ୍ଏନ୍ଏଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ବୁଝାମଣା ପତ୍ର ଭର୍ଚୁଆଲ ମୋଡରେ ସ୍ଵାକ୍ଷର ହୋଇଛି ।  ବିଏସ୍ଏନ୍ଏଲ୍ ପକ୍ଷରୁ ନିଷ୍ଟ୍ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିଶେଷ କରି ୪ଜି/୫ଜି ଏବଂ ପରବର୍ତ୍ତୀ ପିଢ଼ିର ଟେଲିକମ ନେଟବାର୍କକୁ ନେଇ ସହାୟତା ଯୋଗାଇ ଦିଆଯିବ। ଏହା ବିଏସ୍ଏନ୍ଏଲ୍ ନେଟବାର୍କ ମଧ୍ୟରେ ପ୍ରୟୁକ୍ତି ପ୍ରୟୋଗକୁ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସୁଗମ କରିବ। ବିଏସ୍ଏନ୍ଏଲ୍ର ବିଶାଖାପାଟଣାସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ନିଷ୍ଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଇଣ୍ଟର୍ନସିପ୍ ପାଇଁ ସହାୟତା ପାଇବେ। ଏଥିସହିତ ବିଏସଏନଏଲ ଡିଜିଟାଲ ଟେଲିଫୋନି, ଇଣ୍ଟରନେଟ ଅଫ ଥିଙ୍ଗସ ଏବଂ ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ରୋବୋଟିକ୍ସ ଉପରେ ଇନକ୍ୟୁବେସନ ସେଣ୍ଟର ସ୍ଥାପନ କରିବା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଯୋଗାଇଦେବ।

ଏହି  ବୁଝାମଣା ପତ୍ରରେ ନିଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ଡ଼. ପ୍ରିୟଦର୍ଶନ ପାତ୍ର, ଡିନ୍ ଏକାଡେମିକ୍ ଡ଼. ପି ରାଜେଶ କୁମାର ଏବଂ ବିଏସ୍ଏନ୍ଏଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ବିଶାଖାପାଟଣାସ୍ଥିତ ବିଏସ୍ଏନ୍ଏଲ୍ର ଇବି ଡିଜିଏମ୍  ଏମ୍ ସତ୍ୟ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସ୍ବାକ୍ଷର କରିଥିଲେ। ଏହି ବୈଠକରେ ବିଏସ୍ଏନ୍ଏଲ୍ର ଅନ୍ୟ ସଦସ୍ୟ ପି. ପଲ୍ ବିଲିୟମ୍ (ପିଜିଏମ୍ଟିଡି), ଜି. ଆଦାମ (ପିଜିଏମ୍, ଅପରେସନ) ଏମ୍ ସତ୍ୟ ପ୍ରସାଦ (ଡିଜିଏମ୍, ଟ୍ରେନିଂ), ଏସ୍ ଶ୍ରୀନିବାସ ରାଓ (ଏଜିଏମ୍, ଟ୍ରେନିଂ), ପି ମୋହନ ରାଓ (ଏସ୍ଡିଇ ଟ୍ରେନିଂ), ସି. ଏଚ୍. ଭାରା ପ୍ରସାଦ (ଟ୍ରେନିଂ କୋଅର୍ଡିନେଟର), ବି ଶ୍ରୀନିବାସ (ଡିଜିଏମ ଆଡମିନ), କେ. ଜେ. ରାଓ (ଡିଜିଏମ ଅପରେସନ୍ସ), ଏନ. ଶ୍ରୀଦେବୀ (ଆଇଏଫଏ) ଏବଂ  ବି. ତିରୁପତି ନାଇଡୁ (ଏସଡିଇ, ଇବି), ନିଷ୍ଟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଡ଼.ବିଷ୍ଣୁକର ନାୟକ, ଇସିଇ ବିଭାଗୀୟ ମୁଖ୍ୟ ଡ. ରାଜେଶ ପାଟ୍ଟଜୋଶୀ ଓ ପ୍ରଫେସର ସ୍ୱାଧୀନ ମିଶ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories