ଗଞ୍ଜାମ: ଶନିବାର ବିଳମ୍ବିତ ରାତିରେ ଆସିକା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ସାଇକ୍ରିଷ୍ଣା ନାମକ ବସ୍ ଗଞ୍ଜାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ଯାତ୍ରୀ ନଥିବା ବେଳେ କିଏ ଏବଂ କାହିଁକି ଗାଡି ଚୋରି କରିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୋରି ବେଳର ଭିଡ଼ିଓ ମଧ୍ୟ ସିସି ଟିଭିରେ କଏଦ ହୋଇଛି। ଶନିବାର ରାତି ପ୍ରାୟ ୨ଟା ସମୟରେ ଏହି ବସ ଚୋରି ହେଉଥିବା ଜଣା ପଡିଛି। ତେବେ ବସଟି ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସି ଡିଭାଇଡରେ ପିଟି ହୋଇ ନିକଟରେ ଥିବା ଏକ ହୋଟେଲକୁ ପଶିଯାଇଛି। ବସ ମାଲିକ ଖବର ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି। ଅନ୍ୟପଟେ ମାଲିକ ଙ୍କ ଭଣଜାଙ୍କ କହିବା ଅନୁସାରେ ଏନେଇ ଆସିକା ଥାନାରେ ଚୋରି ସମ୍ପର୍କରେ ଏତଲା ହୋଇଛି।
Popular Categories



