www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ରାଜପଥ ଉପରେ ହାତୀ 

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜାମଟାଲ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ହାତୀ ବିଚରଣ କରୁଥିବାର ଦେଖାଯାଇଛି। ଶନିବାର ସକାଳ ସମୟରେ ଏକ ବଣୁଆ ହାତୀ ଅଚାନକ ଜାତୀୟ ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟକୁ ଆସି ଯାଇଥିଲା। କିଛି ସମୟ ବୁଲାବୁଲି କରିବା ପରେ ହାତୀଟି ରାସ୍ତା ପାରି ହୋଇ ଜଙ୍ଗଲ ମଧ୍ୟକୁ ପଳାଇଥିଲା। ତେବେ ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୂର୍ବରୁ ସନ୍ଧ୍ୟା ଓ ରାତି ସମୟରେ ବଣୁଆ ହାତୀ ଉପଦ୍ରବ ଘଟଣା ଜାରି ରହିଥିବାବେଳେ ଅନେକ କ୍ଷୟକ୍ଷତି ମଧ୍ୟ କରିଛନ୍ତି। ଏବେ ସକାଳ ସମୟରେ ବଣୁଆ ହାତୀ ଘୁରି ବୁଲିବା ଓ ଜାତୀୟ ରାଜପଥ ଦେଇ ରାସ୍ତା ପାରିହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଣୁ ବନ ବିଭାଗ ବଣୁଆ ହାତୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories