www.samajalive.in
Saturday, December 6, 2025
16.1 C
Bhubaneswar

ଜାତୀୟ ରାଜପଥ ଉପରେ ହାତୀ 

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜାମଟାଲ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ହାତୀ ବିଚରଣ କରୁଥିବାର ଦେଖାଯାଇଛି। ଶନିବାର ସକାଳ ସମୟରେ ଏକ ବଣୁଆ ହାତୀ ଅଚାନକ ଜାତୀୟ ରାଜପଥ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟକୁ ଆସି ଯାଇଥିଲା। କିଛି ସମୟ ବୁଲାବୁଲି କରିବା ପରେ ହାତୀଟି ରାସ୍ତା ପାରି ହୋଇ ଜଙ୍ଗଲ ମଧ୍ୟକୁ ପଳାଇଥିଲା। ତେବେ ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପୂର୍ବରୁ ସନ୍ଧ୍ୟା ଓ ରାତି ସମୟରେ ବଣୁଆ ହାତୀ ଉପଦ୍ରବ ଘଟଣା ଜାରି ରହିଥିବାବେଳେ ଅନେକ କ୍ଷୟକ୍ଷତି ମଧ୍ୟ କରିଛନ୍ତି। ଏବେ ସକାଳ ସମୟରେ ବଣୁଆ ହାତୀ ଘୁରି ବୁଲିବା ଓ ଜାତୀୟ ରାଜପଥ ଦେଇ ରାସ୍ତା ପାରିହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଣୁ ବନ ବିଭାଗ ବଣୁଆ ହାତୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories