www.samajalive.in
Saturday, December 6, 2025
23.1 C
Bhubaneswar

ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ରେଙ୍ଗାଲିର ଯୁବ ବୈଜ୍ଞାନିକ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମର ଯୁବ ବୈଜ୍ଞାନିକ ଡକ୍ଟର ଆଶିଷ ମାହାଣା ନୂତନ ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଡ. ମାହାଣା ଗତ ୨୫ବର୍ଷ ଧରି ଅନବରତ ଗବେଷଣା କରି ମାନବ ସମାଜର କଲ୍ୟାଣରେ ସହାୟକ ୨୨ଟି ଅଭିନବ ଉଦ୍ଭାବନ କରିଥିବାରୁ ଗ୍ରୀନ୍ ଫିଲ୍ଡ ଅଫ୍ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତାଙ୍କୁ ସ୍ଥାନିତ କରାଯାଇଛି।

ସୂଚନାଯୋଗ୍ୟ, ଡକ୍ଟର ଆଶିଷ କରୋନା ସମୟରେ ଇ-ମାସ୍କ ରୋବୋଟିକ୍ ନର୍ସ, ସ୍ମାର୍ଟ ଗମଲା, ଦୃଷ୍ଟିବାଧିତଙ୍କ ପାଇଁ ମଲ୍ଟି ସେନସର ସ୍ମାର୍ଟ ଷ୍ଟିକ୍ ଏବଂ ଅବଷ୍ଟ୍ରାକଲ୍ ଡିଟେକ୍ସନ ଷ୍ଟିକ୍, ସ୍ମାର୍ଟ ହେଲମେଟ୍, ବୋରୱେଲ୍ ଡିଟେକ୍ସନ କ୍ୟାମେରା, ଟେମ୍ପର୍ ପ୍ରୁଫ୍ ଇଭିଏମ ମେସିନ୍, ପୁଲିସ ତଦନ୍ତରେ ସହାୟକ ପାଇଁ ଇନଭେଷ୍ଟିଗେଟିଭ୍ ଡିଭାଇସ୍ ଆଦି ଉଦ୍ଭାବନ କରି ଚହଳ ସୃଷ୍ଟି କରିବା ସହ ସବୁଆଡେ ଚର୍ଚ୍ଚିତ ହୋଇଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories