www.samajalive.in
Saturday, December 6, 2025
26.1 C
Bhubaneswar

ସରିପାରୁନି କୁଇରିମାଣ୍ଡୁଠାରେ ନିର୍ମାଣାଧୀନ ଜିପିଏଲଏଫ ସଭାଗୃହ କାର୍ଯ୍ୟ

ଫୁଲବାଣୀ: ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ମୁଖ୍ୟାଳୟମାନଙ୍କରେ ପକ୍କା ଘର ନିର୍ମାଣ କରୁଛନ୍ତି। କିନ୍ତୁ ସରକାରଙ୍କ ବେତନଭୋଗୀ କିଛି ଅସାଧୁ ଯନ୍ତ୍ରୀଙ୍କ ଖାମଖିଆଲି ମନବୃତ୍ତି ପାଇଁ ଅନେକ ଜାଗାରେ ଏହି ଗୃହ ନିର୍ମାଣ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହୋଇ ନ ପାରି ବର୍ଷବର୍ଷ ଧରି ପଡ଼ିରହୁଛି। ଫଳରେ ଯେଉଁ ଉଦେଶ୍ୟରେ ଏଭଳି ଗୃହଗୁଡିକ ନିର୍ମାଣ କରିବା ପାଇଁ ସରକାରୀ ଅର୍ଥ ବ୍ୟୟବରାଦ କରାଯାଇଛି, ତାହାର ସଫଳ ରୂପାୟନ ହୋଇପାରୁନାହିଁ। ଏଭଳି ଏକ ଅର୍ଦ୍ଧ ନିର୍ମିତ ଗୃହ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ କୁଇରିମାଣ୍ଡୁ ପଞ୍ଚାୟତ ମୁଖ୍ୟାଳୟଠାରେ।

ସୂଚନା ଅନୁସାରେ, ଏହି କୁଇରିମାଣ୍ଡୁ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠିର ଏମବିକେ, ସିଆରପି ଏବଂ ମହିଳାମାନଙ୍କ ବୈଠକ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୨୦୨୦/୨୧ ଆର୍ଥିକ ବର୍ଷରେ ୧୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦରେ ଏକ ଗ୍ରାମପଞ୍ଚାୟତସ୍ତରୀୟ ଫେଡେରେସନ ଗୃହ ନିର୍ମାଣ ପାଇଁ ଅନୁମୋଦନ କରାଯାଇଥିଲା। ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୦୬/୧୦/୨୦୨୧ ତାରିଖ ଏହି ଗୃହ ନିର୍ମାଣ କମିଟି ଆରମ୍ଭ କରାଯାଇଥିଲା। ଏହି ଗୃହର ନିର୍ମାଣ ଦାୟିତ୍ୱ ପଞ୍ଚାୟତରେ କାର୍ଯ୍ୟରତ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀଙ୍କୁ ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ଯନ୍ତ୍ରୀଙ୍କ ଅବହେଳା ପାଇଁ ୨୦୨୧ ମସିହାରୁ ବର୍ତମାନ ୨୦୨୪ ମସିହା ସରିବାକୁ ବସିଲାଣି ଏହି ଗୃହ ନିର୍ମାଣ କାର୍ଯ୍ୟ ସରିପାରିନାହିଁ। ସେପଟେ ଦୀର୍ଘ ୪ ବର୍ଷ ଧରି ଏହି ଗୃହ ନିର୍ମାଣ କାର୍ଯ୍ୟଟି ଅଧାପନ୍ତରିଆ ଭାବରେ ପଡ଼ିରହିଥିବାବେଳେ ଅର୍ଦ୍ଧ ନିର୍ମିତ ଗୃହଟି ବର୍ତମାନ ଭୂତକୋଠିରେ ପରିଣତ ହୋଇସାରିଲାଣି। ଅଧା ଗଢ଼ା ଗୃହରେ କୌଣସି କବାଟ ନଥିବାରୁ ଓ ଗୃହ ନିର୍ମାଣ ସରୁନଥିବାରୁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ବୈଠକ କରିବା ପାଇଁ ହେଉ କିମ୍ବା ଅନ୍ୟ କିଛି କାର୍ଯ୍ୟକ୍ରମ କରିବାକୁ ହେଲେ କେତେବେଳେ ପଞ୍ଚାୟତ ବାରଣ୍ଡା ତ ଆଉ କେତେବେଳେ ଗାଁ ମୁଣ୍ଡରେ ଥିବା ଆମ୍ବଗଛ ତଳେ ବସି ବୈଠକ କରିବାକୁ ପଡୁଛି। ତେବେ ପଞ୍ଚାୟତ ଅଧିନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ସହ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସମସ୍ତେ ଏହି ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ଶୁଣୁ ନଥିବା ଅଭଯୋଗ କରିଛନ୍ତି ଅଞ୍ଚଳବାସୀ। ସେପଟେ ଏହି ଗୃହ ବିଷୟରେ ବର୍ତମାନ କାର୍ଯ୍ୟରତ ଥିବା କନିଷ୍ଠ ଯନ୍ତ୍ରୀ ଶିଶିର କୁମାର ପାଟଶାଣୀଙ୍କୁ ପଚାରିବାରୁ ମୁଁ ଏହି ପଞ୍ଚାୟତରେ ନୂତନ ଭାବରେ ଯୋଗଦେଇଛି। ସେହି ଗୃହ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ କି ସେହି ଗୃହର କୌଣସି ରେକର୍ଡ ପଞ୍ଚାୟତରେ କିମ୍ବା ବ୍ଲକରେ ନାହିଁ ବୋଲି ସୂଚନା ଦେଇଛନ୍ତି।

- Advertisement -

ଅନ୍ୟପଟେ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ମନରେଗା ସାମ୍ପ୍ରସରଣ ଅଧିକାରୀ ସୁମନ୍ତ କୁମାର ଉଠାଣସିଂଙ୍କୁ ପଚାରିବାରୁ ଉଭୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅବହେଳା ପାଇଁ ଗୃହ ନିର୍ମାଣ କାର୍ଯ୍ୟଟି ଅଧାରେ ରହିଛି। ଖୁବଶୀଘ୍ର କାମଟିକୁ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି। ଯଦି ବ୍ଲକରେ କିମ୍ବା ପଞ୍ଚାୟତରେ ଏହି ଗୃହ ନିର୍ମାଣର କୌଣସି ରେକର୍ଡ ନାହିଁ ତାହେଲେ ଏହି କାମଟି କିଭଳି ଭାବରେ ସମ୍ପୂର୍ଣ୍ଣ ହୋଇପାରିବ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ କାମ ସରିନାହିଁ ଶୀଘ୍ର ସାରିବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories