ଭଦ୍ରକ : ପାଣି ଘେରରେ ଲୋକେ
ଭଦ୍ରକ : ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଲାଣି। ତଳିଆ ଅଞ୍ଚଳକୁ ନେଇ ଚିନ୍ତାରେ ପଡ଼ିଛି ପ୍ରଶାସନ । ରାଜଘାଟ ଏବଂ ଆଖୁଆପଦାରେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବନ୍ୟାକୁ ନେଇ ଆଶଙ୍କା ବୃଦ୍ଧି ପାଉଥିବା ବେଳେ ଯାଜପୁର ପାଇଁ ବନ୍ୟା ଆଲର୍ଟ ଜାରି କରାଯାଇଛି। ଏହାସହିତ ଭଣ୍ଡାରୀପୋଖରୀ ଏବଂ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାପଡ଼ିଛି । ତେବେ ଭଣ୍ଡାରୀପୋଖରୀ ମୋଟ ୭ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ରହିଛି । ନିକଟସ୍ଥ ଷୋଳମପୁର, ରହଣିଆ, ବନ୍ଦାଳୋ, ମଢ଼ିଆଳୀ, ଖପୁରିଆପଦା, ମାଳଦା, ନପଙ୍ଗ, କୁରିଙ୍ଗା ଆଦି ଗ୍ରାମରେ ବନ୍ୟାଜଳ ଲହଡ଼ି ଖେଳୁଥିବା ଦେଖାଯାଇଛି। ବିଶେଷ କରି ବନ୍ଦୋଳୋ, ମଢିଆଳି ଏବଂ ଝୁଟଣା ପଞ୍ଚାୟତ ମଧ୍ୟ ପାଣି ଘେରରେ ଜୀବନ କାଟୁଛନ୍ତି । ସେହିପରି ଧାମନଗର ବ୍ଲକର ୧୦ଟି ପଞ୍ଚାୟତକୁ ବୈତରଣୀ ନଦୀର ବନ୍ୟାଜଳ ପ୍ରବେଶ କରୁଥିବା ଜଣାପଡ଼ିଛି।
Comments are closed.