www.samajalive.in
Saturday, December 6, 2025
14.1 C
Bhubaneswar

ଘୂର୍ଣ୍ଣିଝଡ ପାଥେଇ ପ୍ରଭାବରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ

ଆରଡି :  ଭଦ୍ରକ ଜିଲା ନଈକୂଳିଆ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ତେନ୍ତୁଲିଡିହ, ଭୂଇଁବୃତ୍ତି, ସୁନ୍ଦରପୁର ଓଳଗ ସମେତ ବିଭିନ୍ନ ପଞ୍ଚାୟତରେ ଘୂର୍ଣ୍ଣିଝଡ ପାଥେଇ ପ୍ରଭାବରେ ଗତ ୩ଦିନ ହେଲା ଝିପିିଝିପ ବର୍ଷା ଲାଗି ରହିବା ଦ୍ୱାରା ସିଧାସଳଖ ଭାବେ ପ୍ରଭାବ ପକାଇଛି ଚାଷୀମାନଙ୍କ ଉପରେ। ବିଶେଷକରି କ୍ଷେତରେ ଏବେ ଧାନ ଅମଳ ପାଇଁ ଅଧିକାଂଶ ଚାଷ ଜମୀରେ ପାଚିଲା ଧାନ କଟା ହୋଇ ପଡି ରହଥିବା ବେଳେ ଆଉ କେତେକ ଚାଷଜମୀରେ ପାଚିଲା ଧାନ ଲୋଟୁଛି। ତାହାସହ ଖଳାକୁ ଅମଳ ନିମନ୍ତେ ଆସିଥିବା ପାଚିଲା ଧାନ ବର୍ଷାରେ ଭିଜୁଛି। ଯାହାକୁ ନେଇ ଚାଷୀକୂଳରେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି। ମଙ୍ଗଳବାର ପାଗର ସାମନ୍ୟ ପରିବର୍ତ୍ତନ ଆସିଥିଲେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ କେତେକ ଚାଷୀ କ୍ଷେତକୁ ଯାଇ ପାଚିଲା ଧାନ ଅମଳ କରୁଥିବା ଦେଖିବାକୁ ମିଳିଥିଲା ଉକ୍ତ ପଞ୍ଚାୟତ ଗୁଡିକରେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷାଜଳ ସାଙ୍ଗକୁ ଜୁଆରପାଣି ମାଡି ଆସିଥିବାରୁ ପାଚିଲା ଧାନ ବୁଡି ରହିଛି। ସହେିପରି ଚାଷୀମାନଙ୍କ ନିକଟରେ ଆବଶ୍ୟକିୟ ପଲିଥିନ ନଥିବାରୁ ଖଳାରେ ଶହଶହ ଧାନ ଗଦା ଭିଜୁଥିବା ଚାଷିମାନେ ପ୍ରକାଶ କରିଛନ୍ତି। ଆସନ୍ତା ୨/୩ମଧ୍ୟରେ ଯଦି ଖାଲୁଆ ଅଞ୍ଚଳରୁ ପାଣି ନଛାଡେ ତାହାଲେ ପାଚିଲା ଧାନ ସମ୍ପୂର୍ଣ୍ଣ ଭାବେ ପଚିଯିବ ବୋଲି ଆଶଙ୍କା ଦେଖା ଦେଇଛି। ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେବାକୁ କୃଷକମାନଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories