www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପି ସଂସଦୀୟ ଦଳ ବୈଠକରେ ଉଠିଲା ରାମ ମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିନା ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସାଂସଦମାନେ ଅଯୋଧ୍ୟା ରାମ ଜନ୍ମଭୂମି ପ୍ରସଙ୍ଗ ଉଠାଇବା ସହ ମନ୍ଦିର କେବେ ନିର୍ମାଣ ହେବ ବୋଲି ପ୍ରଶ୍ନ କରିଥିଲେ। ସମେସ୍ତ ମନ୍ଦିର ନିର୍ମାଣ ଚାହୁଁଛନ୍ତି ସେଥିପାଇଁ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ।
ସୂଚନା ଅନୁସାରେ ଉତ୍ତରପ୍ରଦେଶ ସାଂସଦ ରବୀନ୍ଦ୍ର କୁଶୱାହା ଏବଂ ହରିନାରାୟଣ ରାଜଭର ଏବଂ ଅନ୍ୟ କେତେକ ସାଂସଦ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ। ପ୍ରକାଶଯୋଗ୍ୟ ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମେତ କେତେକ ହିନ୍ଦୁବାଦୀ ସଂଗଠନ ରାମ ମନ୍ଦିର ଶୀଘ୍ର ନିର୍ମାଣ କରିବାକୁ ଦାବି କରିଆସୁଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣିବାକୁ ଆରଏସ୍‍ଏସ୍‍ ପ୍ରମୁଖ ମୋହନ ଭାଗବତ ପ୍ରସ୍ତାବ ଦେଇଛନ୍ତି। ତେବେ ବିଜେପି ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣିବାକୁ ମନା କରିଦେଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ପାଇଁ କାର୍ଯ୍ୟ କରିବାକୁ ରାଜନାଥ ସବୁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories