www.samajalive.in
Friday, December 5, 2025
20.1 C
Bhubaneswar

ସୀତାରମଣଙ୍କୁ ଧନୋଆଙ୍କ ଚିଠି; ରାଫେଲ କିଣିବା ନିତ୍ୟାନ୍ତ ଆବଶ୍ୟକ

ନୂଆଦିଲ୍ଲୀ : ରାଫେଲ କାରବାରକୁ ନେଇ ରାଜନୈତିକ ଛକାପଞ୍ଝା ମଧ୍ୟରେ ବାୟୁ ସେନା ମୁଖ୍ୟ ଏୟାରଚିଫ୍‍ ମାର୍ଶାଲ ବି ଏସ୍‍ ଧନୋଆ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଦେଶର ସୁରକ୍ଷା ପାଇଁ ରାଫେଲ ଯୁଦ୍ଧ ବିମାନ କିଣିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ଏୟାରଚିଫ୍‍ ମାର୍ଶାଲ ଧନୋଆ ଏହି ଚିଠି ପଠାଇଥିବା ଜଣାପଡ଼ିଛି। ଏଥିରେ ଧନୋଆ ନିବେଦନ କରିଛନ୍ତି ଯେ ରାଜନୈତିକ ଛକାପଞ୍ଝା ଯୋଗୁଁ ରାଫେଲ ଯୁଦ୍ଧ ବିମାନ କିଣିବା ଯେପରି ଅଟକି ନଯାଏ। ତେବେ ଏନେଇ ଭାରତୀୟ ବାୟୁସେନାର କୌଣସି ପ୍ରତିକ୍ରିୟା ମିଳିନାହିଁ।
ରାଫେଲ କ୍ରୟ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ଧନୋଆ ଏହି ଚିଠି ଲେଖିଥିଲେ। କିନ୍ତୁ ଏହି ମାମଲା ସୁପ୍ରିମକୋର୍ଟରେ ରଦ୍ଦ ହୋଇଯାଇଛି। ଧନୋଆ ଚିଠିରେ ଦର୍ଶାଇଛନ୍ତି ଯେ ଉତ୍ତର-ପଶ୍ଚିମ ସୀମାର ସୁରକ୍ଷା ପାଇଁ ବାୟୁସେନାକୁ ଅତିକମ୍‍ରେ ୪୨ଟି ଯୁଦ୍ଧ ବିମାନର ଏକ ସ୍କ୍ୱାର୍ଡନ (ଗୋଟିଏ ସ୍କ୍ୱାର୍ଡନରେ ୧୪ରୁ ୧୬ଟି ଯୁଦ୍ଧ ବିମାନ) ଆବଶ୍ୟକ। ଏବେ ଭାରତୀୟ ବାୟୁ ସେନା ପାଖରେ ୩୧ଟି ଯୁଦ୍ଧ ବିମାନର ସ୍କ୍ୱାର୍ଡନ ଅଛି। ଆସନ୍ତା ଦିନରେ ଏହି ସଂଖ୍ୟାରେ ହ୍ରାସ ଘଟିବ। ତେଣୁ ୩୬ଟି ରାଫେଲ ବିମାନ କିଣିବା ଅପରିହାର୍ଯ୍ୟ ବୋଲି ଧନୋଆ କହିଛନ୍ତି। ରାଜନୈତିକ ଗତିରୋଧ ଯୋଗୁଁ ଦେଶର ସୁରକ୍ଷାରେ ଅବହେଳା ହେବ ଓ ବାୟୁ ସେନାର କ୍ଷତି ଘଟିବ। ତେଣୁ ରାଫେଲ କିଣାରେ କୌଣସି ପ୍ରକାର ବିଳମ୍ବ ନକରିବାକୁ ଧନୋଆ କହିଛନ୍ତି। ସୂଚନା ଅନୁସାରେ ଏୟାରଚିଫ୍‍ ମାର୍ଶାଲ ଧନୋଆ ମଧ୍ୟ ବିମାନର ଦାମ ସାର୍ବଜନୀନ କରିବା ସପକ୍ଷରେ ନାହାନ୍ତି। ମୂଲ୍ୟର ଆକଳନ କରି ଯୁଦ୍ଧ ବିମାନ କ୍ଷମତାର ଅନୁମାନ ଲଗାଯାଇପାରିବ ବୋଲି ସେ ବିଚାର କରୁଛନ୍ତି।
ଉଲ୍ଲେଖ ଯେ ଦ୍ୱୈତ ଇଞ୍ଜିନ ବିଶିଷ୍ଟ ଅତ୍ୟାଧୁନିକ ରାଫେଲ ବିମାନ କ୍ରୟ କରିବା ଲାଗି ଫ୍ରାନ୍ସ ସହିତ ହୋଇଥିବା ରାଜିନାମାକୁ ନେଇ କଂଗ୍ରେସ ବାରମ୍ବାର ବିଜେପି ସରକାରକୁ ସମାଲୋଚନା କରିଆସୁଛି। ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରକାଶ ସହିତ ୟୁପିଏ ଏବଂ ଏନ୍‍ଡିଏ ସମୟରେ ଏ ନେଇ ନିର୍ଦ୍ଧାରିତ ମୂଲ୍ୟର ଚିଠା ସାର୍ବଜନୀନ କରିବା ନିମନ୍ତେ କଂଗ୍ରେସ ଦାବି କରୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories