www.samajalive.in
Wednesday, December 10, 2025
16.1 C
Bhubaneswar

ମାଛଧରା ବୋଟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣା: ବିନା ସୁରକ୍ଷା କାରଣରୁ ଘଟୁଛି ଅଘଟଣ

ବାସୁଦେବପୁର: ମାଛଧରା ବୋଟରେ ରହୁନି ସୁରକ୍ଷା ବ୍ୟବସ୍ଥା। ପ୍ରଶାସନିକ ସ୍ତରରେ କୌଣସି କଟକଣା ନ ଥିବାରୁ ବୋଟ ମାଲିକମାନେ କର୍ମଚାରୀଙ୍କୁ ମନ ମୁତାବକ ଦରମା ପ୍ରଦାନ କରୁଥିବା ସହିତ ସୁରକ୍ଷାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ବୋଟରେ ଧରାଯାଉଥିବା ମାଛକୁ ମହଜୁଦ ରଖିବା ପାଇଁ ରହିଥିବା ଶୀତଳଭଣ୍ଡାରରେ ମାଛ ଭରିବା ଓ ବାହାର କରୁଥିବା ସମୟରେ ଅମ୍ଳଜାନ ଅଭାବରୁ ଅଣନିଶ୍ୱାସୀ ହୋଇ ମତ୍ସ୍ୟଜୀବୀଙ୍କ ଜୀବନ ହାନି ଘଟୁଛି ବୋଲି ବ୍ଲକ ଶ୍ରମ ଅଧିକାରୀ ଜଣାଇଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ନୂଆଗାଁ ପଞ୍ଚାୟତର ଏକାଦଶୀ ମଳିକଙ୍କ ପୁଅ ମଧୂସୁଦନ ମଳିକ କେରଳରେ ଏକ ଘରୋଇ ମାଛଧରା ବୋଟରେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିଲେ। ମାଛ ମାରିବା ପରେ ବୋଟରେ ଥିବା ଶୀତଳଭଣ୍ଡାରରେ ମାଛ ମହଜୁଦ କରିବା ସମୟରେ ଅମ୍ଳଜାନ ଅଭାବରୁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଏପରିକି ମଧୁସୂଦନଙ୍କ ସହ ଆଉ ଜଣେ ସହଯୋଗୀଙ୍କର ମଧ୍ୟ ଗତ ଅଗଷ୍ଟ ୨୨ରେ ମୃତ୍ୟୁ ହୋଇଥିଲା। ଏହି କ୍ରମରେ ବୋଟ ମାଲିକଙ୍କ ସହ ପରାମର୍ଶ କରିବା ପରେ ମାଛଧରା ବୋଟକୁ ବାଲେଶ୍ୱର ଜିଲ୍ଲା ବଳରାମଗଡିକୁ ନେଇ ଆସିଥିଲେ। ସେହି ସମୟରେ ଚତୁରତାର ସହିତ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଯାହାକୁ ନେଇ ସଂଗଠିତ ଶ୍ରମିକ କଲ୍ୟାଣ ଆଇନ ଅନୁଯାୟୀ ମଧୁସୂଦନଙ୍କ ପରିବାର ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ କରିଥିଲେ। ଘଟଣାକୁ ନେଇ ଯାଞ୍ଚ ପାଇଁ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକ ନୂଆଗାଁରେ ପହଞ୍ଚିବା ପରେ ଅନ୍ୟ ଏକ ବୋଟରେ ଥିବା ଶୀତଳଭଣ୍ଡାର ସ୍ଥିତିକୁ ଦେଖିଥିଲେ। ତଦନୁଯାଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ଜଣାଇଛନ୍ତି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories