www.samajalive.in
Monday, December 15, 2025
14.1 C
Bhubaneswar

ମାଛଧରା ବୋଟରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣା: ବିନା ସୁରକ୍ଷା କାରଣରୁ ଘଟୁଛି ଅଘଟଣ

ବାସୁଦେବପୁର: ମାଛଧରା ବୋଟରେ ରହୁନି ସୁରକ୍ଷା ବ୍ୟବସ୍ଥା। ପ୍ରଶାସନିକ ସ୍ତରରେ କୌଣସି କଟକଣା ନ ଥିବାରୁ ବୋଟ ମାଲିକମାନେ କର୍ମଚାରୀଙ୍କୁ ମନ ମୁତାବକ ଦରମା ପ୍ରଦାନ କରୁଥିବା ସହିତ ସୁରକ୍ଷାକୁ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ବୋଟରେ ଧରାଯାଉଥିବା ମାଛକୁ ମହଜୁଦ ରଖିବା ପାଇଁ ରହିଥିବା ଶୀତଳଭଣ୍ଡାରରେ ମାଛ ଭରିବା ଓ ବାହାର କରୁଥିବା ସମୟରେ ଅମ୍ଳଜାନ ଅଭାବରୁ ଅଣନିଶ୍ୱାସୀ ହୋଇ ମତ୍ସ୍ୟଜୀବୀଙ୍କ ଜୀବନ ହାନି ଘଟୁଛି ବୋଲି ବ୍ଲକ ଶ୍ରମ ଅଧିକାରୀ ଜଣାଇଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ନୂଆଗାଁ ପଞ୍ଚାୟତର ଏକାଦଶୀ ମଳିକଙ୍କ ପୁଅ ମଧୂସୁଦନ ମଳିକ କେରଳରେ ଏକ ଘରୋଇ ମାଛଧରା ବୋଟରେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିଲେ। ମାଛ ମାରିବା ପରେ ବୋଟରେ ଥିବା ଶୀତଳଭଣ୍ଡାରରେ ମାଛ ମହଜୁଦ କରିବା ସମୟରେ ଅମ୍ଳଜାନ ଅଭାବରୁ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଏପରିକି ମଧୁସୂଦନଙ୍କ ସହ ଆଉ ଜଣେ ସହଯୋଗୀଙ୍କର ମଧ୍ୟ ଗତ ଅଗଷ୍ଟ ୨୨ରେ ମୃତ୍ୟୁ ହୋଇଥିଲା। ଏହି କ୍ରମରେ ବୋଟ ମାଲିକଙ୍କ ସହ ପରାମର୍ଶ କରିବା ପରେ ମାଛଧରା ବୋଟକୁ ବାଲେଶ୍ୱର ଜିଲ୍ଲା ବଳରାମଗଡିକୁ ନେଇ ଆସିଥିଲେ। ସେହି ସମୟରେ ଚତୁରତାର ସହିତ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ଯାହାକୁ ନେଇ ସଂଗଠିତ ଶ୍ରମିକ କଲ୍ୟାଣ ଆଇନ ଅନୁଯାୟୀ ମଧୁସୂଦନଙ୍କ ପରିବାର ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ କରିଥିଲେ। ଘଟଣାକୁ ନେଇ ଯାଞ୍ଚ ପାଇଁ ଶ୍ରମ ଅଧିକାରୀ ମନୋରଞ୍ଜନ ନାୟକ ନୂଆଗାଁରେ ପହଞ୍ଚିବା ପରେ ଅନ୍ୟ ଏକ ବୋଟରେ ଥିବା ଶୀତଳଭଣ୍ଡାର ସ୍ଥିତିକୁ ଦେଖିଥିଲେ। ତଦନୁଯାଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories