www.samajalive.in
Sunday, December 14, 2025
15.1 C
Bhubaneswar

ଆରଡି ବସଷ୍ଟାଣ୍ଡ: ଶୌଚାଳୟ ନିର୍ମାଣକୁ ଦେଢବର୍ଷ ବିତିଲା, କେବେ ଖୋଲିବ ତାଲା ?

ଆରଡି: ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଆରଡିଧାମର ଵାଵା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ସେମାନେ ପୀଠରେ ଯେପରି ସମସ୍ତ ପ୍ରକାର ସୁବିଧା ପାଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟରେ ନାନା ପ୍ରକଳ୍ପ କରାଯାଇଛି। ହେଲେ ପ୍ରଶାସନର ଅଣଦେଖା ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଆଗନ୍ତୁକ ଉତ୍ତମ ସୁବିଧା ପାଇଵା ତ ଦୂରର କଥା ସାମାନ୍ୟ ଶୌଚ ପାଇଁ ନାନା ହଇରାଣ ହରକତ ହେଉଛନ୍ତି।

ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ତୀର୍ଥଯାତ୍ରୀ ବାବାମଣିଙ୍କୁ ଦର୍ଶନ ପାଇଁ ଆସୁଛନ୍ତି। ତିର୍ଥଯାତ୍ରୀ ପୀଠରେ ପହଂଚିଵା ପରେ ମନ୍ଦିରଠାରୁ ୬ଶହ ମିଟର ଦୂରରେ ଥିବା ଵସଷ୍ଟାଣ୍ଡରେ ସମସ୍ତ ଯାନ ରଖି ଆସିଥାନ୍ତି। ହେଲେ ଆରଡି ଵସଷ୍ଟାଣ୍ଡରେ ଆଗନ୍ତୁକ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏକ ଶୌଚାଳୟ ରହିଥିଲେ ମଧ୍ୟ ତାଲା ଝୁଲୁଥିବାରୁ ତାହା ଆଗନ୍ତୁକ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧାରେ ଆସି ପାରୁନାହିଁ। ଦେଢବର୍ଷ ତଳେ ଜିଲା ଜଳ ପରିମଳ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମିଳିତ ଭାବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏକ ଶୌଚାଳୟ ନିର୍ମାଣ ହୋଇଥିଲା। ଏହି ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ବ କିଏ ନେବ ତାହା ନେଇ ଉଭୟ ଜଳପରିମଳ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଉଦାସୀନତା ଯୋଗୁ ଆଜି ଯାଏଁ ଶୌଚାଳୟ ସମ୍ମୁଖରେ ତାଲା ଝୁଲୁଛି। ଏପରିକି ତାହା ସମ୍ମୁଖରେ କୁଢକୁଢ ଅଳିଆ ସାଙ୍ଗକୁ ଆବର୍ଜନା ପାଣି ଜମି ରହିଥିବାରୁ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ସେହିପରି ମନ୍ଦିର ପାଖରେ ୪କୋଟି ବ୍ୟୟରେ ଏକ ନୂଆ ଗାଡି ପାର୍କିଂ ନିର୍ମାଣ ହୋଇଥିଲେ ମଧ୍ୟ ଅନୁରୂପ ଭାବରେ ଶୌଚାଳୟରେ ତାଲା ଝୁଲୁଥିବାରୁ ସେଠାରେ ମଧ୍ୟ ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକ ଶୌଚ ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ଜିଲା ଜଳପରିମଳ ଵିଭାଗର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ସ୍ଥାନୀୟ ସରପଞ୍ଚଙ୍କୁ ଦାୟିତ୍ବ ଦିଆଯାଇଛି। ଚାବି ମଧ୍ୟ ତାଙ୍କ ପାଖରେ ରହିଛି, ଖୋଲିବା ବାବଦରେ କଥା ହେବୁ ବୋଲି ସଫେଇ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories