www.samajalive.in
Wednesday, December 10, 2025
23.1 C
Bhubaneswar

ଅବିଭକ୍ତ କୋରାପୁଟ ଜିଲାରେ ବନ୍ଦ ଓ ମିଶ୍ରଣ ହୋଇଛି ୬୮୬ ସ୍କୁଲ

ରାୟଗଡ଼ା: ଅଭିଭକ୍ତ କୋରାପୁଟ ଜିଲାରେ ୬୮୬ ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ ହୋଇଛି। ଆଦିବାସୀ ବହୁଳ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଓଡ଼ିଶା ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ୬୮୬ଟି ସ୍କୁଲ ବନ୍ଦ ଓ ମିଶ୍ରଣ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲାରେ ସରକାରୀ ଓ ସରକାରୀ-ଅନୁଦାନପ୍ରାପ୍ତ ସ୍କୁଲ ଗୁଡ଼ିକର ବନ୍ଦ ଏବଂ ମିଶ୍ରଣ ନେଇ ଆଜି ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ୯୦ ନମ୍ବର ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଶିକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛନ୍ତି।

ଏହାଦ୍ବାରା ୮୮୫୪ ଜଣ ଛାତ୍ରଛାତ୍ରୀ ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଫଳରେ ଏସସି, ଏସଟି ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପାହାଡିଆ ଓ ଜଙ୍ଗଲ ଘେରା ଅଞ୍ଚଳରେ ଅବସ୍ଥିତ ନିକଟତମ ସ୍କୁଲରେ ପହଞ୍ଚିବା ପାଇଁ ବହୁ ଦୂର ଯାତ୍ରା କରିବାକୁ ପଡୁଛି। ଆଦିବାସୀ ଜନସଂଖ୍ୟା ବିଶିଷ୍ଟ କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ୪୬ ସ୍କୁଲ, ଲମତାପୁଟ ବ୍ଲକର ୩୫, ନନ୍ଦପୁର ବ୍ଲକର ୨୨, ମାଲକାନଗିରି ଜିଲାର କାଲିମେଳା ବ୍ଲକର ୨୭, ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକର ୨୦ ଏବଂ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ୧୩ ସ୍କୁଲ ସମେତ ୬୮୬ ସ୍କୁଲ ବନ୍ଦ ହୋଇଛି।

- Advertisement -

ଏହା ଦ୍ବାରା ଶିକ୍ଷା ଅଧିକାର ଆଇନର ଦୂରତା ମାନଦଣ୍ଡର ଉଲ୍ଲଂଘନ ହୋଇଛି। ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ବିଦ୍ୟାଳୟ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ୧ କିମି ଦୂର, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ୩ କିମି, ମାଧ୍ୟମିକ ପାଇଁ ୫ କିମି ଓ ବରିଷ୍ଠ ମାଧ୍ୟମିକ ପାଇଁ ୭ରୁ ୧୦ କିମି ଦୂରତା ସୀମା ରହିଛି। ନିଜ ନିଜ ଗାଁରେ ଥିବା ବିଦ୍ୟାଳୟ ବନ୍ଦ ହେବା ଦ୍ବାରା ଦୂରବର୍ତ୍ତୀ ଆଦିବାସୀ ଅଞ୍ଚଳରେ ପିଲାମାନେ ଏହି ମାନଦଣ୍ଡ ଠାରୁ ବହୁତ ଦୂରକୁ ଚାଲିବାକୁ ବାଧ୍ୟ ହେଉଛନ୍ତି। ଏହା ସେମାନଙ୍କର ଶିକ୍ଷାର ମୌଳିକ ଅଧିକାରର ଉଲ୍ଲଂଘନ। ଏହି ଚାରି ଜିଲାରେ ସ୍କୁଲ ବନ୍ଦ ସତ୍ତ୍ୱେ ଶିକ୍ଷକ ଅଭାବ ମଧ୍ୟ ଜାରି ରହିଛି।

ଏହି ୪ ଜିଲାରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲଗୁଡ଼ିକ ବର୍ତ୍ତମାନ ମିଳିତ ଭାବେ ୮.୮୮ ଲକ୍ଷ ପିଲାଙ୍କୁ ଶିକ୍ଷା ଯୋଗାଇ ଦେଉଛନ୍ତି। ପର୍ଯ୍ୟାପ୍ତ ଭିତ୍ତିଭୂମି ଓ କର୍ମଚାରୀ ନିଯୁକ୍ତି କରାନଗଲେ ପିଲାଙ୍କ ଭବିଷ୍ୟତ ଗୁରୁତର ଭାବେ ପ୍ରଭାବିତ ହେବ। ପଛୁଆ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ସ୍କୁଲଗୁଡ଼ିକର ଗଣ ବନ୍ଦ ଗ୍ରହଣୀୟ ନୁହେଁ ବୋଲି ସାଂସଦ ସପ୍ତଗିରି ଉଲାକା ଓଡ଼ିଶା ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟଙ୍କୁ ଜଣାଇଛନ୍ତି। ଆଦିବାସୀ ଓ ପାହାଡିଆ ଅଞ୍ଚଳରେ ସ୍କୁଲ ବନ୍ଦକୁ ତୁରନ୍ତ ସମୀକ୍ଷା କରନ୍ତୁ ଏବଂ ଏହି ମିଶ୍ରଣ ପ୍ରକ୍ରିୟାକୁ ପ୍ରତ୍ୟାହାର କରନ୍ତୁ।

ଦୂରତା ଏବଂ ପଡ଼ୋଶୀ ସ୍କୁଲ ଉପରେ ଆଇଟିଇ ମାନଦଣ୍ଡ ଅନୁପାଳନ ନିଶ୍ଚିତ କରନ୍ତୁ। ବିଳମ୍ବ ନକରି ସମସ୍ତ ଶିକ୍ଷକ ପଦବୀ ପୂରଣ କରନ୍ତୁ। ୪ ଜିଲାରେ ସ୍କୁଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏକ ସ୍ପଷ୍ଟ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଶିକ୍ଷା ହେଉଛି ସଶକ୍ତିକରଣର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ସଂସଦ ଭିତରେ ଏବଂ ବାହାରେ ଏହି ପ୍ରସଙ୍ଗ ସେ ବାରମ୍ବାର ଉଠାଇବେ ବୋଲି ସାଂସଦ ସପ୍ତଗିରି କହିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories