ବାଲେଶ୍ଵର: ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଖଞ୍ଜାମାହଳର ପଥର ଖାଦାନରେ ଜିଲାପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି । ବିଭିନ୍ନ ସମୟରେ ପଥରଖାଦାନରୁ ପଥର ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା। ଖଞ୍ଜାମାହଳର ୬୩ଟି ପଥର ଖାଦାନରେ ଆଜି ସନ୍ଧ୍ୟା ପରଠାରୁ ୧୬୩ ଧାରା ଲାଗୁ କରାଯାଇଛି।
ଜିଲା ପ୍ରଶାସନ ତରଫରୁ ୬୩ଟି ପଥର ଖାଦାନରେ ଥିବା ଅସ୍ଥାୟୀ ଆଉଟ୍ ପୋଷ୍ଟ ଗୁଡିକରେ ୨୪ ଘଣ୍ଟିଆ ପୁଲିସ ନିୟୋଜିତ ହେବା ସହ ସମ୍ପୃକ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇଛି । ଖାଦାନରୁ ପଥର ଚୋରା ଚାଲାଣ ରୋକିବା ପାଇଁ ବାଲେଶ୍ଵର ଜିଲାପାଳଙ୍କ ତରଫରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି।



