www.samajalive.in
Friday, December 5, 2025
23.1 C
Bhubaneswar

ଇମ୍ରାନ ସୁସ୍ଥ ଓ ସୁରକ୍ଷିତ : ଭଉଣୀ ଉଜମା

ନୂଆଦିଲ୍ଲୀ : ଆଜି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ଭେଟିବା ପାଇଁ ଯାଇଛନ୍ତି ଇମ୍ରାନଙ୍କ ଭଉଣୀ ଉଜମା । ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ସେ ସୁସ୍ଥ ଥିବା ଭଉଣୀ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିବା ପରଠାରୁ ଦେଶରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଇମ୍ରାନଙ୍କ ପରିବାରକୁ ତାଙ୍କ ସହିତ ଭେଟିବାକୁ ସୁଯୋଗ ଦେଉ ନ ଥିବାରୁ ଏହାକୁ ନେଇ ପାକିସ୍ତାନ ଅଶାନ୍ତ ହୋଇପଡିଥିଲା ।

- Advertisement -

ଆଜି ଇମ୍ରାନଙ୍କୁ ଭେଟିବା ପାଇଁ ରାଓ୍ବାଲପିଣ୍ତିରେ ଥିବା ଅଡିୟାଲା ଜେଲରେ ଇମ୍ରାନଙ୍କ ଭଉଣୀ ଉଜମା ଖାନ ଇମ୍ରାନଙ୍କୁ ଭେଟିଛନ୍ତି । ଗତ ନଭେମ୍ବର ୫ ତାରିଖରେ ଇମ୍ରାନ ସାମାଜିକ ଗଣମାଧ୍ୟମରେ ଶେଷ ଥର ଲାଗି କରିଥିବା ଏକ ପୋଷ୍ଟରେ ତାଙ୍କର କୌଣସି କ୍ଷତି ହେଲେ ସେଥିପାଇଁ ମୁନିର ଦାୟୀ ରହିବେ ବୋଲି ଲେଖିଥିଲେ। ତାଙ୍କ ହତ୍ୟା ଖବର ପ୍ରଚାରିତ ହେବା ପରେ ମୁନିରଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ ହେଉଛି। ଏହାକୁ କେନ୍ଦ୍ର କରି ଇମ୍ରାନଙ୍କ ୩ ଭଉଣୀ ଏବଂ ପୁଅ ମୁନିର ଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଥିଲେ ।

ଯାହାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ ଦେଶର ଜନସାଧାରଣ ଏବଂ ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ। ବର୍ତ୍ତମାନ ଇମ୍ରାନଙ୍କୁ ଅଡିୟାଲା ଜେଲରେ ବନ୍ଦୀ କରି ରଖାଯାଇଛି। ତାଙ୍କର ୩ ଭଉଣୀ ଇମ୍ରାନଙ୍କୁ ଭେଟିବାକୁ ଜିଦରେ ଅଟଳ ରହିଥିଲେ । ସେପଟେ ଶତାଧିକ ପିଟିଆଇ ନେତା, କର୍ମୀ ଏବଂ ଜନସାଧାରଣ ଜେଲ ବାହାରେ ବିକ୍ଷୋଭ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଇମ୍ରାନଙ୍କ ପୁଅ କାସିମ ଇମ୍ରାନ ଜୀବିତ ଥିବା ନେଇ ପାକିସ୍ତାନ ସରକାରଙ୍କୁ ପ୍ରମାଣ ମାଗିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories