ସମାଜ ଡିଜିଟାଲ ଡେସ୍କ: ପୁଅ ନା କଂସେଇ । ନିଜ ଜନ୍ମ କଲା ମା ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ନିଶାଶକ୍ତ ପୁଅ । ନିଶା ଖାଇବାକୁ ମାକୁ ଟଙ୍କା ମାଗିବାରୁ ଟଙ୍କା ଦେଇନଥିଲେ ମା । ଫଳରେ ନିଶାଶକ୍ତ ପୁଅ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲା । ପେଟ୍ରୋଲ ଢାଳି ମାକୁ ପୋଡି ଦେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଜିଲା ତିହିଡି ବିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ । ଗୁରୁତର ମା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ପୁଅ ଫେରାର୍ ହୋଇଯାଇଛି ।
Popular Categories



