www.samajalive.in
Monday, December 15, 2025
27.1 C
Bhubaneswar

ଆଜି ଅନଶନରେ ବସିବେ ଜଗନ୍ନାଥ

ଭଦ୍ରକ : ଜନ୍ମରୁ ଦୁଇଟି ହାତ ନାହିଁ ଜଗନ୍ନାଥଙ୍କର। ଗୋଡ଼ରେ ଲେଖି ସେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଗନ୍ନାଥ ଏବେ ଭଦ୍ରକ ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ। ତାଙ୍କ ନିଯୁକ୍ତି କିନ୍ତୁ ନିୟମିତ ନୁହେଁ। ଠିକା ସଂସ୍ଥା(ଆଉଟସୋର୍ସିଂ) ଜରିଆରେ ଦୀର୍ଘ ୧୨ ବର୍ଷ ହେଲା ସେ ନିୟୋଜିତ। ଚାକିରିକୁ ନିୟମିତ(ସ୍ଥାୟୀ) କରିବା ଦାବିରେ ଜଗନ୍ନାଥ ଡିସେମ୍ବର ୩ ତାରିଖ(ବିଶ୍ୱ ଭିନ୍ନକ୍ଷମ ଦିବସ)ରେ ଜଗା ରାଜଧାନୀ ଲୋୟର ପିଏମଜିରେ ଅନଶନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଅନଶନରେ ବସିବା ଲାଗି କାର୍ଯ୍ୟାଳୟରୁ ଦରଖାସ୍ତ ଦେଇ ଛୁଟି ବି ନେଇଥିବା ସେ ‘ସମାଜ’କୁ କହିଛନ୍ତି। ଜଗନ୍ନାଥଙ୍କ ଘର ଚାନ୍ଦବାଲି ବ୍ଲକ ଜନ୍ତୁଆଲି ନୂଆଗାଁରେ। ଗରିବ ପରିବାରରେ ଜନ୍ମିତ ଜଗନ୍ନାଥ ଗୋଡ଼ରେ ଲେଖି ମାଟ୍ରିକ ପାସ ପରେ ଚର୍ଚ୍ଚାକୁ ଆସିଥିଲେ। ପରେ ସେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍ଥାୟୀ ଚାକିରିଟିଏ ପାଇଁ ବାରମ୍ବାର ଗୁହାରି ପରେ ଏକ ଠିକା ସଂସ୍ଥାରେ ତାଙ୍କୁ ପିଅନ ଚାକିରି ମିଳିଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories