ବାସୁଦେବପୁର: ଭଦ୍ରକରେ ପୁଣି ବିଜେଡିକୁ ଝଟ୍କା ଲାଗିଛି। ଆଜି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ । ଦୁଇଦିନ ପୂର୍ବରୁ ଭଦ୍ରକ ଜିଲ୍ଲା ର ତିନି ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଆଜିର ଏହି ଘଟଣା ଏକ ପ୍ରକାରର ହଟଚମଟ ସୄଷ୍ଟି କରିଛି । ଆଜି ପୁଣି ବିଜେଡିର ବାସୁଦେବପୁର ବ୍ଳକ ଅଧ୍ୟକ ନଗେଦ୍ର ପ୍ରସାଦ ବିଶ୍ଵାଳ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଜିଲା ସଭାପତି ପଠାଇଛନ୍ତି । ଚାରି ବ୍ଳକ ଅଧ୍ୟକ ଇସ୍ତଫା ଦେବା ପରେ ଏବେ ଚିନ୍ତାରେ ବିଜେଡି। ଦିନକୁ ଦିନ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଛି ।
ତେବେ ବର୍ତ୍ତମାନ୍ ସେ କେଉଁ ରାଜନୈତିକ ଦଳରେ ସାମିଲ ହେବେ, ସେ ନେଇ ସ୍ପଷ୍ଟ କରିନାହାନ୍ତି।
ଚାରି ବ୍ଲକ ଅଧ୍ୟକ ଛାଡିବାପରେ ଭଦ୍ରକ ନେତା ମାନଙ୍କୁ ଡାକି ନବୀନ ନିବାସରେ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ ଙ୍କ । ଏହି ବୈଠକରେ ବିଧାୟକ ସଞ୍ଜୀବ ମଲ୍ଳୀକ , ବରିଷ୍ଠ ନେତା ପ୍ରଫୁଲ ସାମଲ , ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି।
ବିଜେଡିରୁ ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା
Popular Categories



