ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଅଭିଯୁକ୍ତ ଅରବିନ୍ଦ ଦାସକୁ ୨ ଦିନିଆ ରିମାଣ୍ଡରେ ନେଇଛି। ଆସନ୍ତା ୩ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅରବିନ୍ଦ ସିବିଆଇ ହେପାଜତରେ ରହିବେ। ସିବିଆଇ ଅଧିକାରୀମାନେ ତାଙ୍କୁ ମାମଲା ସମ୍ପର୍କରେ ଜେରା କରିବେ। ଅରବିନ୍ଦ ହେଉଛନ୍ତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ।
ସୂଚନାଯୋଗ୍ୟ, ଏସଆଇ ଦୁର୍ନୀତି ମାମଲାର ଚେର ଏକାଧିକ ରାଜ୍ୟକୁ ଲମ୍ବିଥିବାରୁ ସିବିଆଇକୁ ଏହାର ତଦନ୍ତ ହସ୍ତାନ୍ତର କରାଯାଇଛି।



