ଔଷଧୀୟ ଗୁଣରେ ଭରପୁର ବେଲପତ୍ର

0

ସାଧାରଣତଃ ବେଲଗଛକୁ ଆମେ ପୂଜା କରିଥାଉ। ଏହାକୁ ଏକ ପବିତ୍ର ଗଛ ବୋଲି କୁହାଯାଇଥାଏ। ପ୍ରଭୁ ଶିବଙ୍କର ମଧ୍ୟ ବେଲପତ୍ର ଅତିପ୍ରିୟ। ଉଭୟ ବେଲ ଫଳ ଏବଂ ପତ୍ର ବହୁ ଉପଯୋଗୀ। ଏହି ବେଲପତ୍ରର ଅନେକ ଉପକାରୀ ଗୁଣ ରହିଛି। ତେବେ ଚାଲନ୍ତୁ ଜାଣିବା ବେଲପତ୍ରର ଅନେକ ଉପକାରୀ ଗୁଣ ବିଷୟରେ –

prayash

-ବେଲ ପତ୍ରରେ ଭିଟାମିନ୍ ଏ, ବି ଏବଂ ସି ରହିଛି। ବେଲପତ୍ରକୁ ନିୟମିତ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକରୁ ମୁକ୍ତି ମିଳିଥାଏ।
-ଅଳ୍ପ ଗୋଲମରିଚ ଗୁଣ୍ଡ ସହ ଏକ ଚାମଚ ଶୁଖିଲା ବେଲ ପତ୍ର ଗୁଣ୍ଡ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
-ପ୍ରତିଦିନ ଅଳ୍ପ ମହୁ ସହ ୨ ଚାମଚ ବେଲ ପତ୍ର ରସକୁ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ।
-ସେହିପରି ବେଲ ପତ୍ର ଶ୍ବାସରୋଗ ଓ ଜଣ୍ଡିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ। ଶରୀରକୁ ସୁସ୍ଥ ରଖିବାରେ ଏହା ବେଶ୍ ସହାୟକ ହୋଇଥାଏ ।
-ଭୋକ ହେଉ ନ ଥିଲେ କଅଁଳିଆ ବେଲ ପତ୍ରକୁ ଖାଆନ୍ତୁ।
-କସି ବେଲକୁ ବାଟି ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ନାଳ ଝାଡ଼ା ରୋଗ ଭଲ ହୋଇଥାଏ।
-ବେଲପତ୍ର ମଧ୍ୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ବେଲ ପତ୍ରକୁ ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସକୁ ଅଳ୍ପ ଗୋଲମରିଚ ଗୁଣ୍ଡ ସହିତ ମିଶାଇ ସେବନ କଲେ କୃମି ପ୍ରଭୃତି ରୋଗରୁ ଆରୋଗ୍ୟ ମିଳିଥାଏ।

Leave A Reply