MEllora 950×100

ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଦଳୀ ଚା’

ବହୁ ଲୋକଙ୍କୁ ଚା’ ପିଇବା ବେଶ ପସନ୍ଦ। ଏଭଳି ମଧ୍ୟ କେତେକ ଲୋକେ ଅଛନ୍ତି ଯେଉଁମାନଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। କାହାକୁ କ୍ଷୀର ଚା’, ଲାଲି ଚା’, ଅଦା ଓ ଗୁଜୁରାତି ପଡ଼ିଥିବା ଚା’, ତ କାହାକୁ ଗ୍ରୀନ୍‍ ଟି ପସନ୍ଦ। ମାତ୍ର ଆପଣ କଦଳୀ ଚା’ ବିଷୟରେ ଶୁଣିଛନ୍ତି କି ? ଜାଣନ୍ତୁ କଦଳୀ ଚା’କୁ କିପରି ପ୍ରସ୍ତୁତ କରିବେ ଓ ଏହା ସ୍ୱାସ୍ଥ୍ୟ ପାଇଁ କି ଉପକାର କରିଥାଏ….
ପ୍ରସ୍ତୁତି ପ୍ରଣାଳୀ –
ଗ୍ୟାସରେ ମଧ୍ୟମ ଆଞ୍ଚରେ ଏକ ପାତ୍ର ବସାଇ ୨ କପ ପାଣି ଦିଅନ୍ତୁ। ଏହାପରେ କଦଳୀକୁ ଚୋପା ସହ ଖଣ୍ଡ ଖଣ୍ଡ କରି କାଟି ୧୫ ମିନିଟ ସିଝାନ୍ତୁ। ସିଝାଇବା ପରେ କଦଳୀକୁ କାଢି ସେ ପାଣିକୁ ଏକ କପକୁ କାଢନ୍ତୁ। ଏବେ ଏଥିରେ କିଛି ଡ଼ାଲଚିନି ଗୁଣ୍ଡ, କିଛି ମହୁ ମିଶାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀ ଚା’।
ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା –
ଦିନଯାକ ପରିଶ୍ରମ କରିବା ପରେ ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇଲେ ସମସ୍ତ ଥକ୍କାପଣ ଦୂର ହେବା ସହ ଭଲ ନିଦ ହୋଇଥାଏ।
ହୃଦୟ ସହ ଜଡ଼ିତ ସମସ୍ତ ରୋଗରୁ ରକ୍ଷା ମିଳିଥାଏ।
ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ହାଡ଼ ଶକ୍ତ ହୋଇଥାଏ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମଧ୍ୟ ମିଳିଥାଏ।

Comments are closed.