www.samajalive.in
Saturday, December 6, 2025
26.1 C
Bhubaneswar

ମାନସିକ ଅବସାଦରୁ ଆତ୍ମହତ୍ୟା କରିଥିଲେ ଆଇନଜୀବୀ

ଉତ୍ତରଭୁବନେଶ୍ୱର: ଆଇନଜୀବୀ ଦୀପକ କୁମାର ସାହୁଙ୍କ ଆତ୍ମହତ୍ୟାକୁ ନେଇ ବଢ଼ିଛି ଦ୍ୱନ୍ଦ। ମାନସିକ ଅବସାଦରୁ ମୃତ୍ୟୁ ହୋଇଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି। ଦୀପକଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାହି ପଡ଼ିଶା। ଦୀପକଙ୍କ ଆତ୍ମହତ୍ୟା ସନ୍ଦେହଜନକ ଜଣାପଡ଼ୁଥିବାରୁ ପୁଲିସ ସଠିକ୍‌ ଭାବେ ତଦନ୍ତ କରୁ ବୋଲି ଦାବି ହୋଇଛି। ସେପଟେ ମଞ୍ଚେଶ୍ବର ଥାନା ପୁଲିସ ସାଇଣ୍ଟିଫିକ୍‌ ଦଳ ସହାୟତାରେ ତଦନ୍ତ କରୁଛି। ପୋଡ଼ା ସ୍ଥାନରୁ ନମୁନା ସଂଗ୍ରହ କରିବା ସହ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଛି। ମୃତ ଦୀପକଙ୍କ ପରିବାର ଲୋକ ଓ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି। ଦୀପକ ଆତ୍ମହତ୍ୟା ପଛର ସତ ଓ ମୃତ୍ୟୁର ରହସ୍ୟ ମଞ୍ଚେଶ୍ବର ଥାନା ପୁଲିସ ଖୋଜୁଛି। ପୁଲିସର କହିବା ଅନୁଯାୟୀ, ଆଇନଜୀବୀ ଭାବରେ କାର୍ଯ୍ୟ କରୁଥିବା ଦୀପକ ଦୀର୍ଘ ଦିନ ହେବ ମାନସିକ ଅବସାଦରେ ରହୁଥିଲେ। ଦୁଇଥର ବ୍ରେନ୍‌ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହେବା ପରେ ଔଷଧ ଖାଉଥିଲେ ମଧ୍ୟ କିଛି ଦିନ ହେବ ସେ ଔଷଧ ଛାଡ଼ି ଦେଇଥିଲେ। ଗତକାଲି ରାତିରେ ପତ୍ନୀ ଓ ପିଲାକୁ ମାଆ ରହୁଥିବା ପ୍ରଥମ ମହଲାରେ ଛାଡ଼ି ଦେଇଥିଲେ। ଗରମ ‌େ‌ହଉଥିବା କହି ନିର୍ମାଣାଧୀନ ୪ମହଲା ଘରକୁ ଯାଇଥିଲେ ଓ ସେଠାରୁ ଫେରିଲେ ଖାଇବେ ବୋଲି ପତ୍ନୀଙ୍କୁ କହିଥିଲେ। ଛାତରୁ ଫେରିବା ବିଳମ୍ବ ହେବାରୁ ତାଙ୍କୁ ଡାକିବା ପାଇଁ ପତ୍ନୀ ଉପରକୁ ଯାଇଥିଲେ। ସେଠାରୁ ନପାଇ ପୁଣି ତଳ ମହଲା ଓ ସେ ରହୁଥିବା ଦ୍ବିତୀୟ ମହଲାରେ ଖୋଜିଥିଲେ। ପୁଣି ଛାତ ଉପରକୁ ଗଲା ବେଳକୁ ଘର କବାଟ ବନ୍ଦ ଥିବା ସହ ଚାରିଆଡୁ ଧୂଆଁ ବାହାରିବା ସହ ପୋଡ଼ା ଗନ୍ଧ ଆସୁଥିବା ପତ୍ନୀ ଦେଖି ଚିତ୍କାର କରିଥିଲେ। ପରିବାର ଲୋକେ ପଡ଼ିଶା ଘରର ଛାତ ପଟେ ଯାଇ ଦେଖିଲା ବେଳକୁ ଦୀପକ ଜିଅନ୍ତା ଜଳି ଯାଇଥିଲେ। ଜୋନ୍‌ ଏସିପି ବିଶ୍ବରଞ୍ଜନ ସେନାପତି କହିଛନ୍ତି, ଦୀପକଙ୍କ ପତ୍ନୀ ରତ୍ନବାଳା ଦାସଙ୍କ ଅଭିଯୋଗ କ୍ରମେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତଦନ୍ତରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି। ମାନସିକ ଅବସାଦରୁ ସେ ଚିନ୍ତାରେ ରହୁଥିଲେ। ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସାଇଣ୍ଟିଫିକ୍‌ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା‌ ପରେ ପ୍ରକୃତ କାରଣ ଜଣାପଡ଼ିବ। ପେଟ୍ରୋଲ କେଉଁଠୁ ଆଣିଲେ ଓ ଆତ୍ମହତ୍ୟା ପଛରେ ଆଉ କ’ଣ କାରଣ ରହିଛି, ସେ ଦିଗରେ ତଦନ୍ତ ଜାରି ରହିଛି। ତାଙ୍କ ପତ୍ନୀ କହିଛନ୍ତି, ସେ ଔଷଧ ଖାଇବା କିଛି ଦିନ ହେବ ଛାଡ଼ି ଦେଇଥିଲେ। ତାଙ୍କୁ ନିଦ ଠିକ୍‌ ସେ ହେଉଥିବାରୁ ସେ ଆଉ ଔଷଧ ଖାଇବେନି ବୋଲି କହିଥିଲେ। କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ କାର୍ଯ୍ୟଭାରରୁ ସେ ଆତ୍ମହତ୍ୟା କରିଥିବା ପତ୍ନୀ କହିଛନ୍ତି। ମୃତ ଦୀପକ ପରିବାରର ଏକମାତ୍ର ପୁତ୍ର ଥିବାବେଳେ ତାଙ୍କର ବୃଦ୍ଧ ବାପା ମା’ ଏବଂ ପତ୍ନୀ ଓ ୨ଝିଅ ଅଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories