www.samajalive.in
Saturday, December 6, 2025
17.1 C
Bhubaneswar

୫୫ ବର୍ଷ ବୟସରେ ୧୭ ସନ୍ତାନର ଜନନୀ

ଜୟପୁର: ରାଜସ୍ଥାନର ଉଦୟପୁର ଜିଲା ଅନ୍ତର୍ଗତ ଲୀଲାଭାସ୍‌ ଗ୍ରାମରେ ବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିବାବେଳେ ସେ ୧୭ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୧୭ ସନ୍ତାନଙ୍କ ମଧ୍ୟରୁ ବର୍ତ୍ତମାନ ୭ ପୁଅ ଓ ୫ ଝିଅ ଜୀବିତ ଅଛନ୍ତି। ରେଖା ଗାଲବେଲିଆ ନାମ୍ନୀ ଏହି ମହିଳା ଗତ ମଙ୍ଗଳବାର ଝାଡୋଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ତମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରେଖାଙ୍କ ବୟସକୁ ଦୃଷ୍ଟିରେ ରଖି ଏତେ ସଂଖ୍ୟକ ସନ୍ତାନ ଜନ୍ମ କରିବା ଘଟଣା ଡାକ୍ତରଙ୍କୁ ବିସ୍ମିତ କରିଛି। ରେଖା ଓ ତାଙ୍କ ସ୍ବାମୀ ଅତ୍ୟନ୍ତ ଗରିବ ହୋଇଥିବାବେଳେ ପରିବାରକୁ ଦୁଇବେଳା ପେଟପୂରା ଖାଦ୍ୟ ମଧ୍ୟ ମିଳିପାରୁନାହିଁ। ପରିବାର ପୋଷିବାକୁ ପ୍ରତିମାସ ୨୦ ପ୍ରତିଶତ ସୁଧରେ ଟଙ୍କା ଋଣ କରିବାକୁ ପଡୁଛି ବୋଲି ରେଖାଙ୍କ ସ୍ବାମୀ ଗଣମାଧ୍ୟମକୁ ଜଣାଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories