www.samajalive.in
Monday, December 15, 2025
16.1 C
Bhubaneswar

ବିଟ୍‌କଏନ ଦୁର୍ନୀତି ମାମଲା: ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଅହମଦାବାଦ: ଗୁଜରାଟରେ ୨୦୧୮ରେ ଘଟିଥିବା ବିଟ୍‌କଏନ ଦୁର୍ନୀତି ଏବଂ ଜଣେ ବିଲଡରଙ୍କ ଅବହରଣ ମାମଲାରେ ସ୍ଥାନୀୟ ଅଦାଲତ ଶୁକ୍ରବାର ୧୪ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ପ୍ରତ୍ୟେକଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତିି। ଦୋଷୀଙ୍କ ମଧ୍ୟରେ ପୂର୍ବତନ ବିଜେପି ବିଧାୟକ ନଲୀନ କୋଟାଡିଆ ଓ ପୂର୍ବତନ ଆଇପିଏସ ଅଫିସର ତଥା ଆମ୍‌ରେଲିର ତତ୍କାଳୀନ ଏସ୍‌ପି ଜଗଦୀଶ ପଟେଲ ସାମିଲ ଥିବା ଜଣାପଡିଛି। ୨୦୧୮ରେ ଦୋଷୀମାନେ ଶୈଲେଶ ଭଟ୍ଟ ନାମକ ବିଲଡରଙ୍କୁ ଅପହରଣ କରିଥିବାବେଳେ ତାଙ୍କ ନିକଟରୁ ୨୦୦ ବିଟ୍‌କଏନ ଜବତ କରିଥିଲେ। ମାମଲା ରଫାଦଫା କରିବାକୁ ଦୋଷୀମାନେ ଶୈଲେଶଙ୍କୁ ୩୨ କୋଟି ଟଙ୍କାର ଲାଞ୍ଚ ଦାବି କରିଥିଲେ। ଜବତ ବିଟ୍‌କଏନର ମୂଲ୍ୟ ସେତେବେଳେ ୧୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଶୈଲେଶଙ୍କ ଏତଲାକୁ ଆଧାର କରି ଗୁଜରାଟ କ୍ରାଇମବ୍ରାଞ୍ଚ ସେତେବେଳେ ୧୫ ଜଣଙ୍କୁ ଗିରଫ କରିଥିଲା। ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ଯତୀନ ପଟେଲଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories