www.samajalive.in
Monday, December 15, 2025
24.1 C
Bhubaneswar

ଅଟୋ ଚାଳକଙ୍କୁ ୪୭ ହଜାର ୫୦୦ ଟଙ୍କା ଜରିମାନା

ଭୁବନେଶ୍ୱର : ନୂଆ ମଟୋର ଯାନ ଆଇନ୍ କଡ଼ାକଡ଼ି ଲାଗୁ ହେବା ପରେ ରାଜଧାନୀର ଜଣେ ଅଟୋ ଚାଳକ ଫସିଛନ୍ତି ।  ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ବିହାର ଛକରେ ବୁଧବାର ଚେକିଂ ବେଳେ ଜଣେ ଅଟୋ ଚାଳଙ୍କ ଉପରେ ୪୭ ହଜାର ୫୦୦ ଟଙ୍କା ଟ୍ରାଫିକ ପୁଲିସ ଜରିମାନା ଲାଗୁ କରିଛି ।

ସୂଚନାଯୋଗ୍ୟ, ବୁଧବାର ମଧ୍ୟାହ୍ନରେ ଅଟୋ ଚାଳକ ହରିବନ୍ଧୁ କହଁରଙ୍କୁ ପୁଲିସ ଆଚାର୍ଯ୍ୟ ବିହାର ଛକ ନକଟରେ ଧରିଥିଲା। ସେ ମଦ ପିଇ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡି ଚଳାଉଥିଲେ । ଏହା ସହ ପ୍ରଦୂଷଣ ନିୟମ ଉଲ୍ଲଂଘନ, ବିନା ରେଜିଷ୍ଟ୍ରେସନ, ବିନା ପରମିଟ୍ ଏବଂ ଇନସ୍ୟୁରାନ୍ସ ଭଳି ଅପରାଧିକ କାର୍ଯ୍ୟକଳାପ ପାଇଁ ପୁଲସ ହରିବନ୍ଧୁ କହଁରଙ୍କ ଉପରେ ମୋଟ୍ ୪୭ ହଜାର ୫୦୦ ଟଙ୍କା ଜରିମାନା ଲାଗାଇଛି ।

- Advertisement -

ଗାଡି କାଗଜ ପତ୍ର ଠିକ୍ ନଥିବାରୁ ୫ ହଜାର ଟଙ୍କା, ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଉଥିବାରୁ ୫ ହଜାର ଟଙ୍କା, ମଦ ପିଇ ଅଟୋ ଚଳାଇବା ନେଇ ୧୦ ହଜାର ଟଙ୍କା, ପ୍ରଦୂଷଣ ନିୟମ ଉଲ୍ଲଂଘନ କରିବା ନେଇ ୧୦ ହଜାର ଟଙ୍କା, ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇବା ପାଇଁ ୫ ହଜାର ଟଙ୍କା, ପରମିଟ ନଥାଇ ଅଟୋ ଚଳାଉଥିବାରୁ ୧୦ ହଜାର ଟଙ୍କା, ଇନସ୍ୟୁରାନ୍ସ ନଥିବାରୁ ୨ ହଜାର ଟଙ୍କା ଏବଂ ଅନ୍ୟ ସାଧରଣ ଭୁଲ ପାଇଁ ୫ଶହ ଟଙ୍କା ନୂଆ ମୋଟର ଆକ୍ଟ ଅନୁସାରେ ଜରିମାନା କରାଯାଇଛି ।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories