www.samajalive.in
Sunday, December 14, 2025
17.1 C
Bhubaneswar

ମୋଦୀ ସରକାରଙ୍କୁ କହିଲା ଶିବସେନା: ଅର୍ଥନୀତି ନେଇ ମନମୋହନ ସିଂହଙ୍କ କଥା ମାନନ୍ତୁ

ମୁମ୍ବଇ : ବିଜେପିର ସହଯୋଗୀ ପାର୍ଟି ଶିବସେନା ବର୍ତ୍ତମାନର ଆର୍ଥିକ ମାନ୍ଦାବସ୍ଥା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କଥାର ସମର୍ଥନ କରିଛନ୍ତି। ମୋଦୀ ସରକାରଙ୍କ ପରିଚାଳନାଗତ ତ୍ରୁଟିରୁ ଅର୍ଥବ୍ୟବସ୍ଥା ସ୍ଥିତି ଖରାପ ହୋଇଥିବା ନେଇ ମନମୋନ ସିଂହଙ୍କ କଥାରେ ଶିବସେନା ଏକମତ ହୋଇଛି। ଏହାସହ ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ମନମୋହ ସିଂହଙ୍କ ପରାମର୍ଶ ଶୁଣିବାକୁ ଶିବସେନା କେନ୍ଦ୍ର ସରକାରଙ୍କୁ କହିଛି।

ଶିବସେନା ନିଜ ମୁଖପତ୍ର ‘ସାମନା’ରେ ଏକ ସମ୍ପାଦକୀୟ ମାଧ୍ୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହଙ୍କ ଚେତାବନୀ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେବା ସହ ଉକ୍ତ ପ୍ରସଙ୍ଗରେ ରାଜନୀତି ନକରିବାକୁ କହିଛି। ଗତ ସପ୍ତାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଅର୍ଥବ୍ୟବସ୍ଥା ଉପରେ ଚିନ୍ତା ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଏବେ ଭାରତର ଅର୍ଥବ୍ୟବସ୍ଥା ସ୍ଥିତି ବହୁତ ଚିନ୍ତାଜନକ ସ୍ଥିତିରେ ଅଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ଦର ୫%କୁ ଖସିବା ହିଁ ଆର୍ଥିକ ମାନ୍ଦାବସ୍ଥାର ସଂକେତ ଦେଇଛି। ବିମୁଦ୍ରାୟନ ଏବଂ ଜିଏସଟି ଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଆମ ଅର୍ଥନୀତିରେ ଯେଉଁ କ୍ଷତି ଘଟିଛି, ଏବେ ସେଥିରୁ ବାହାରି ହେବ ନାହିଁ। ତେବେ ମଙ୍ଗଳବାର ସରକାର ମନମୋହନଙ୍କ କଥାକୁ ଖଣ୍ଡନ କରିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏବେ ଭାରତ ତାଙ୍କ ସମୟର ଏକାଦଶରୁ ବିଶ୍ୱର ପଞ୍ଚମ ବଡ଼ ଅର୍ଥନୀତି ହୋଇସାରିଛି। ସାମନା ସମ୍ପାଦକୀୟରେ କୁହାଯାଇଛି ଯେ ଅର୍ଥବ୍ୟବସ୍ଥା ଏବେ ମାନ୍ଦା ରହିଛି। କାଶ୍ମୀର ଏବଂ ଆର୍ଥିକ ମାନ୍ଦାବସ୍ଥା ଭିନ୍ନ ପ୍ରସଙ୍ଗ ଅଟନ୍ତି। ମନମୋହନ ସିଂହଙ୍କ ଭଳି ବିଦ୍ୱାନ ବ୍ୟକ୍ତି ଆର୍ଥିକ ମାନ୍ଦାବସ୍ଥାକୁ ନେଇ ରାଜନୀତି କରିବା ଅନୁଚିତ। ମାନ୍ଦାବସ୍ଥା ସୁଧାରିବାକୁ ସେ ବିଶେଷଜ୍ଞର ଭୂମିକା ନିର୍ବାହ କରିବା ଉଚିତ। ମନମୋହନଙ୍କ ପରାମର୍ଶକୁ ଶୁଣିବା ରାଷ୍ଟ୍ରୀୟ ହିତ ପାଇଁ ଆବଶ୍ୟକ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories