ଜିଲା ପ୍ରଶାସନ ସହ ଆଲୋଚନା ବିଫଳ : ଜାରି ରହିବ ଉଚ୍ଛେଦ କାର୍ଯ୍ୟ
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବାକୁ ସିଭିଲ୍ ସୋସାଇଟି ପକ୍ଷରୁ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଜିଲା ପ୍ରଶାସନ ସହ କରିଥିବା ଆଲୋଚନା ବିଫଳ ହୋଇଛି। ଗୁରୁବାରଠାରୁ ଉଚ୍ଛେଦ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ଜିଲାପାଳ ବଲୱନ୍ତ ସିଂହ କହିଛନ୍ତି, ଓଡ଼ିଶା ମହାନଗର ନିଗମ ଆଇନ ଅନୁସାରେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ପରିସରରୁ ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ଜାରି ରହିବ। ଏହାସହିତ ବିଭିନ୍ନ ମଠମାନଙ୍କରେ ଥିବା ଦେବାଦେବୀ ମନ୍ଦିରଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷଣ କରାଯିବ ବୋଲି ସେ କହିଛନ୍ତି।
Comments are closed.