www.samajalive.in
Sunday, December 14, 2025
26.1 C
Bhubaneswar

ମୋଦୀଙ୍କୁ ମିଳିବ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ; ଶକ୍ତି, ପ୍ରତିରକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ମିଳିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଘୋଷଣା କରିଛନ୍ତି। ମୋଦୀ ବର୍ତ୍ତମାନ ୨ଦିନିଆ ରୁଷ ଗସ୍ତରେ ଅଛନ୍ତି। ବୁଧବାର ମୋଦୀ ରୁଷରେ ପହଞ୍ଚିବା ପରେ ଭ୍ଲାଦିଭୋସ୍ତୋକଠାରେ ପୁଟିନଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ଶକ୍ତି, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ କେତେକ ରାଜିନାମା ସ୍ବାକ୍ଷର ହୋଇଛି। ରୁଷ ଭାରତରେ ପରମାଣୁ ଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା କରିବ। ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ଏବଂ ଅସ୍ତ୍ରଶସ୍ତ୍ର କିଣାବିକାକୁ ନେଇ ମଧ୍ୟ ଅନେକ ଚୁକ୍ତି ହୋଇଛି।

ଏହି ଅବସରରେ ମୋଦୀ ପୁଟିନଙ୍କୁ କହିଥିଲେ ଯେ, ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମରେ ଯୋଗଦେବା ଲାଗି ଆପଣଙ୍କୁ ନିମନ୍ତ୍ରଣ ମୋ ପାଇଁ ବହୁ ସମ୍ମାନର କଥା। ଏହା ଦୁଇ ଦେଶ ମଧ୍ୟରେ ସମର୍ଥନକୁ ଏକ ନୂଆ ଦିଗ ଦେବାରେ ଗୋଟିଏ ଐତିହାସିକ ଅବସର। ମୁଁ ଆସନ୍ତା କାଲି ଫୋରମରେ ଯୋଗଦେବା ପାଇଁ ଅପେକ୍ଷା କରିଛି। ଏହା ସହ ମୋଦୀ ଆହୁରି କହିଥିଲେ ଯେ, ଆପଣ ମୋତେ ରୁଷର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିପାଇଁ ମୁଁ ଆପଣଙ୍କର ଏବଂ ରୁଷ ଲୋକମାନଙ୍କ ନିକଟରେ କୃତଜ୍ଞ। ଏହା ଆମ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ମୈତ୍ରୀପୂର୍ଣ୍ଣ ସମ୍ପର୍କକୁ ଦର୍ଶାଉଛି। ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories