www.samajalive.in
Sunday, December 7, 2025
26.1 C
Bhubaneswar

ଗିରଫ ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ଭୁବନେଶ୍ୱର : ଅତିରିକ୍ତ ଉପଜିଲ୍ଲାପାଳଙ୍କ ଟଙ୍କା ପେଟି କାବା କରିଥିଲା ଭିଜିଲାନ୍ସକୁ। ଶନିବାର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ଗତକାଲି ପ୍ରଶାନ୍ତ ରାଉତଙ୍କ ଘରୁ ନଗଦ ୩ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତଙ୍କୁ ଗିରଫ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଛି।
ପ୍ରଶାନ୍ତଙ୍କର ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି। ୩ କୋଟିରୁ ଅଧିକ ଟଙ୍କା, ଭୁବନେଶ୍ୱରରେ ଘର ଠାବ ହୋଇଛି। ୫ଟି ପ୍ଲଟ, ୨ଟି ଦାମୀ କାର୍‌‌ ମଧ୍ୟ ଠାବ କରାଯାଇଛି। ପ୍ରଶାନ୍ତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି। ଆୟ ଠାରୁ ଅଧିକ ୫୦୦% ସମ୍ପତ୍ତି ଠାବ ହୋଇଛି। ଗତକାଲି ପ୍ରଶାନ୍ତଙ୍କ ନିକଟରୁ ନଗଦ ୩ କୋଟିରୁ ଅଧିକ ଟଙ୍କା ମିଳିଥିଲା। ଏନେଇ ଭିଜିଲାନ୍ସ ସେଲ୍‌‌ ଏସ୍‌‌ପି ଏମ୍‌‌. ରାଧାକ୍ରିଷ୍ଣନଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଗତକାଲି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଭୁବନେଶ୍ୱର କାନନବିହାର ପଡୋଶୀ ଘର ଛାତରୁ ୬ଟି ଟଙ୍କା ଭର୍ତ୍ତି ପେଟି ମିଳିଥିଲା। କାନନବିହାର ସ୍ଥିତ ଦୁଇ ମହଲା କୋଠା, ନବରଙ୍ଗପୁରରେ ଥିବା ଘର, କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା। ଭଦ୍ରକ ବହୁଦରଡାରେ ଥିବା ପୈତୃକ ଘରେ, ସରକାରୀ ବାସଭବନ ସମେତ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ୨ ଆଡିସନାଲ ଏସପି, ୭ ଡିଏସପି, ୮ ଇନ୍ସପେକ୍ଟର ସାମିଲ ଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୂର୍ବରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ ଲାଞ୍ଚ ନେଇ ଧରା ପଡିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories