www.samajalive.in
Saturday, December 6, 2025
19.1 C
Bhubaneswar

ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ଭକ୍ତ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର : ମାନବ ସେବା ହିଁ ମାଧବ ସେବା। ଏହି ବିଚାରଧାରାକୁ ପାଥେୟ କରି ଆଗକୁ ବଢି ଚାଲିଛି ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ। କେବଳ ଦର୍ଶକ ମାନଙ୍କୁ ମନୋରଞ୍ଜନ ଯୋଗେଇବା ନୁହେଁ ବରଂ ବିଭିନ୍ନ ପ୍ରକାରର ମାନବ ସେବା କାର୍ଯ୍ୟରେ ଆଗରୁ ନିଜକୁ ଯୋଡିଛି ଏହି ସଂସ୍ଥା । ଗ୍ରୀଷ୍ମକାଳୀନ ଜଳଛତ୍ର ଓ ଛତା ବଣ୍ଟନ କରି ଲୋକ ମାନଙ୍କର ପ୍ରଶଂସା ସାଉଁଟି ଥିବା ଏହି ସଂସ୍ଥା ଏବେ ଆଉ ଏକ ପାଦ ଆଗକୁ ବଢି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କୁ ଘୋଳଦହି, ପାନୀୟ ଜଳ ଓ ଛତା ବଣ୍ଟନ କରିଛି। ୭ ତାରିଖ ଦିନ ପୁରୀ ବଡଦାଣ୍ଡର ମାଉସୀ ମା’ ମନ୍ଦିର ସାମ୍ନାରେ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସଦସ୍ୟମାନେ ଏହି ଭକ୍ତ ସେବା କାର୍ଯ୍ୟ କରି ମହାପ୍ରଭୁଙ୍କ କୃପା ଭିକ୍ଷା କରିଥିଲେ।
ସଂଗଠନର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ତତ୍ତ୍ବାବଧାନରେ ସହସଭାପତି ବବୀଇଶ୍ଲାମ, ସାଧାରଣ ସଂପାଦକତା ପସସର ଘରିଆ ତଥା ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ଭିତରେ ରଂଜନମିଶ୍ର, ଶକ୍ତି ବରାଳ, ଦିଲ୍ଲିପ ପଣ୍ଡା, ରମେଶ ରାଉତ, ଅମରେଶ୍ପତୀ, ତିରୁପତି ସାହୁ, ଶିବ ପ୍ରଶାଦ ମହାନ୍ତି, ସରୋଜ ମହାପାତ୍ର ଏହି ସେବାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍, ମଦର୍ସ, ନିରଂଜନ ନାୟକ ଓ ବରିଷ୍ଠ ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ। ଆଗକୁ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନ ଏହି ଭଳି ଲୋକଙ୍କ ସେବା ତଥା ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ କାର୍ଯ୍ୟକ୍ରମ ମାନ ଜାରି ରଖିବ ବୋଲି ସଂସ୍ଥାର ସଭାପତି ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories