ଭୁବନେଶ୍ୱର : ସୋମବାର ଅବକାରୀ ଅଧିକାରୀ ସଂଘର କର୍ମକର୍ତ୍ତାମାନେ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସୌଜନ୍ୟମୂଳକ ଭାବେ ଭେଟି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏହି ସମୟରେ ମନ୍ତ୍ରୀ ବିଭାଗର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହିତ ବିଭାଗର କିପରି ଉନ୍ନତି କରଣ କରାଯାଇପାରିବ ଓ ଅଧିକାରୀ ମାନଙ୍କର କିପରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରାଯାଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ। ଏଥି ସହିତ ବିଭାଗର ବିଭିନ୍ନ କାର୍ଯ୍ୟକୁ ତତ୍ପରତାର ସହିତ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ଦେଇଥିଲେ।
Popular Categories



