www.samajalive.in
Monday, December 15, 2025
24.1 C
Bhubaneswar

ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ଭୁବନେଶ୍ଵର ବୁଦ୍ଧ ପାର୍କ ନିକଟରେ ଅଭାବନୀୟ ଘଟଣା ଘଟିଛି। ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାର୍କ ନିକଟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ସାମାନ୍ୟ ଝଗଡାକୁ ନେଇ ବଚସା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଛୁରୀରେ ଯୁବତୀଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲା।

ପରେ କିଛି ସ୍ଥାନୀୟ ଲୋକ ଯୁବକ ଜଣଙ୍କୁ କାବୁ କରି ଚନ୍ଦ୍ରଶେଖରପୁର ପୁଲିସର ଜିମା ଦେଇଛନ୍ତି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଉଭୟଙ୍କ ଘର ଦାର୍ଜିଲିଂ ଅଞ୍ଚଳରେ ହୋଇଥିବାବେଳେ ମୋମୋ ଦୋକାନ ଦେଇଥିଲେ। ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିବା ସନ୍ଦେହରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସେପଟେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories