www.samajalive.in
Monday, December 15, 2025
15.1 C
Bhubaneswar

ମସ୍‌ଜିଦ ସାହି, ନଜର କାହାର ନାହିଁ : ଦୁଃସ୍ଥ ପରିବେଶ ଓ ଦୁର୍ବିସହ ଜୀବନ

ଭୁବନେଶ୍ବର : କୁଢ଼କୁଢ଼ ଅଳିଆଗଦା, ପୂତିଗନ୍ଧମୟ ପରିବେଶ ପରିବେଷ୍ଟିତ ଶହ ଶହ ଝୁମ୍ପୁଡ଼ି ଘର। କାହାର କାନ୍ଥ ଭଙ୍ଗା ତ ଆଉ କାହାର ଛପର ନାହିଁ। ପିଇବାକୁ ପରିଷ୍କାର ପାଣି ମୁନ୍ଦେ ମିଳେ ନାହିଁ। ଯେଉଁ ପର୍ଯ୍ୟନ୍ତ ଆଖି ପକାଇବ ସେପର୍ଯ୍ୟନ୍ତ ଖାଲି ବର୍ଜ୍ୟବସ୍ତୁର ପାହାଡ଼। ରାସ୍ତା ପାର୍ଶ୍ବରେ ଦଣ୍ଡେ ଛିଡ଼ା ହେଲେ ନାକ ଗନ୍ଧରେ ଫାଟି ପଡ଼ିବ। ଏଭଳି ଦୁଃସ୍ଥ-ଅସୁସ୍ଥ ପରିବେଶ ବୟାନ କରେ ରାଜଧାନୀର କେନ୍ଦ୍ରସ୍ଥଳରେ ଅବସ୍ଥିତ ବ୍ୟସ୍ତବହୁଳ ଖାରବେଳନଗର ଅନ୍ତର୍ଗତ ମସଜିଦ କଲୋନୀ ବସ୍ତିର ବାସ୍ତବ ଚିତ୍ର। ମାଳିସାହିର ଆଢୁଆଳରେ ରହିଯାଇଥିବା ଏହି ଅନୁନ୍ନତ ବସ୍ତିଟି ବିଧାନସଭା ଓ ସଚିବାଳୟଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। ତଥାପି ଏଠାକାର ସ୍ଥିତି ଓ ପରିସ୍ଥିତିରେ କେବେ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ଏଠାରେ ନା ମିଳୁଛି ମୌଳିକ ସୁବିଧା ନା ପହଞ୍ଚୁଛି ସରକାରୀ ସହାୟତା। ଏପରିକି ଶିକ୍ଷାର ଆଲୋକ ମଧ୍ୟ ଏଠି ସମ୍ପୂର୍ଣ୍ଣ ଅସ୍ପଷ୍ଟ। ନିଜର ଅଧିକାଂଶ ଛୋଟ ବଡ଼ ସମସ୍ୟାକୁ ପରସ୍ପର ମିଳିମିଶି ସମାଧାନ କରିବାର ଉଦ୍ୟମ ଆରମ୍ଭ କରିଛନ୍ତି ବସ୍ତିର ଶିକ୍ଷିତ-ଅର୍ଦ୍ଧଶିକ୍ଷିତ ତଥା ପିଲାଙ୍କଠାରୁ ବୟୋବୃଦ୍ଧଙ୍କ ପର୍ଯ୍ୟନ୍ତ ସଭିଏଁ।

୫୦ ବର୍ଷର ପୁରୁଣା ମସଜିଦ କଲୋନୀ ବସ୍ତିର ଅଧିକାଂଶ ଲୋକ ଶ୍ରମିକ ଭାବେ କାର୍ଯ୍ୟ କରି ଅର୍ଥ ଉପାର୍ଜନ କରନ୍ତି। ଏଠାକାର ପିଲାଙ୍କ ମଧ୍ୟରେ ପାଠ ପଢ଼ିବାର ଆଗ୍ରହ ରହିଛି,  କିନ୍ତୁ ସିଲଟ-ଖଡ଼ି, ଖାତା-କଲମ କିଣିବାକୁ ଅର୍ଥ ନାହିଁ। ଉଚ୍ଚଶିକ୍ଷା ଦେଇ ନିଜ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଇଚ୍ଛା ଥିଲେ ବି ଅର୍ଥ ବାଧକ ସାଜିଛି। ଅଧିକାଂଶ ଶିଶୁ ସ୍କୁଲ ଯାଉଛନ୍ତି, ହେଲେ ଉପଯୁକ୍ତ ଶିକ୍ଷା ପାଉନଥିବା ଅଭିଯୋଗ ହେଉଛି। ଯେଉଁ ଅଙ୍ଗନବାଡ଼ିଟି ଏଠାରେ ରହିଛି ତାହା କେବଳ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ଲାଗି ବସ୍ତିର ଶିଶୁଙ୍କ ପାଇଁ ଆକର୍ଷଣ ସାଜିଛି। ଭଙ୍ଗା ଦଦରା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ବୋଲି କହନ୍ତି ମସଜିଦ କଲୋନୀ ୱେଲଫେୟାର ଆସୋସିଏସନର କମିଟି ସଦସ୍ୟ ସନୱର ମଲ୍ଲିକ।

- Advertisement -

ଅନ୍ୟପଟେ ସ୍ବେଚ୍ଛାସେବୀ ସଂସ୍ଥା ରୁଚିକା ପକ୍ଷରୁ ବସ୍ତି ଭିତରେ ଯେଉଁ ସ୍କୁଲ ଖୋଲାଯାଇଛି ସେଠାରେ ମାତ୍ର ୧୫-୨୦ ଜଣ ପିଲା ପାଠ ପଢୁଥିବା ବେଳେ  ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବସ୍ତିର ଆଉ କିଛି ଶିଶୁ ଆଖପାଖରେ ଥିବା ଇଂଲିଶ ମିଡିୟମ୍‌ ସ୍କୁଲରେ ପଢୁଛନ୍ତି। ୮-୧୦ ଜଣ ବାଳକ କଲେଜରେ ପଢୁଛନ୍ତି। ଅର୍ଥାଭାବ କାରଣରୁ ନିଜର ଉନ୍ନତ ଭବିଷ୍ୟତ ଗଠନ ନେଇ ଏମାନେ ସନ୍ଦିହାନ ହୋଇପଡ଼ିଛନ୍ତି ବୋଲି ସଂଘର ଉପ ସଭାପତି ଆଫତାନୁଦ୍ଦିନ କୁହନ୍ତି।

ସେହିପରି ପରିମଳ ବ୍ୟବସ୍ଥା ପ୍ରତି ବିଏମସି ଆଖିବୁଜି ଦେଇଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ କର୍ମଚାରୀ କି ସଫେଇବାଲା କେହି ଏହି ଅଞ୍ଚଳକୁ ଆସୁନାହାନ୍ତି। ଏଣୁ ନିଜେ ଅଣ୍ଟା ଭିଡ଼ିଛନ୍ତି ବସ୍ତି ବାସିନ୍ଦା। ବସ୍ତିକୁ ପରିଷ୍କାର ରଖିବା ଲାଗି ସେମାନେ ଗଢ଼ିଛନ୍ତି ତିନୋଟି ଦଳ- ଯଥା ଟିମ୍‌ ଭାଇଜାନ, ଟିମ୍‌ ଆଇମା ଏବଂ ଟିମ୍‌ ଇସଲାମ। ଏହି ତିନୋଟି ଦଳ ସର୍ବଭାରତୀୟ ସଂଖ୍ୟାଲଘୁ ସଂଘ ଅଧୀନରେ କାର୍ଯ୍ୟ କରୁଛି। ପ୍ରତି ଟିମ୍‌ରେ ରହିଛନ୍ତି ୧୦ରୁ ଊର୍ଦ୍ଧ୍ବ ବାଳକ। ଏମାନେ ପ୍ରତି ଶୁକ୍ରବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ଦିନଗୁଡ଼ିକରେ ରାତି ୧୦ଟା ପରେ ବସ୍ତିରେ ସଫେଇ କାର୍ଯ୍ୟ କରୁଛନ୍ତି ।

ସାମୁଦ୍ରିକ ଝଡ଼ ଫଣିକୁ ସାତମାସ ବିତିଥିଲେ ହେଁ ସେମାନଙ୍କୁ ଉପଯୁକ୍ତ ସହାୟତା  ମିଳିପାରିନାହିଁ। ଫଣିରେ ଏହି ଅଞ୍ଚଳର ବ୍ୟାପକ କ୍ଷତି ହୋଇଥିଲା।  ସ୍ଥାନୀୟ ଅଞ୍ଚଳର ସମସ୍ୟା ସମାଧାନ ନିମନ୍ତେ କର୍ପୋରେଟର ଓ ବିଧାୟକଙ୍କୁ ମଧ୍ୟ ଅନେକଥର ଦୃଷ୍ଟିଆକର୍ଷଣ କରାଯାଇଛି; କିନ୍ତୁ ଅଦ୍ୟାବଧି  ଲୋକେ ସେହି ଅଧାଦଦରା ଘରେ ଜୀବନ ବିତାଉଛନ୍ତି। ବସ୍ତିର ପ୍ରତ୍ୟେକ ବାସିନ୍ଦାଙ୍କ ଧାର୍ମିକ ଭାବନା ଏହି ମସଜିଦ ସହିତ ଜଡ଼ିତ। ଏଣୁ ଏହା ନିକଟରେ ସ୍ଥାୟୀ ବସବାସ କରିବା ଲାଗି ଏମାନେ ରାଜ୍ୟ ସରକାରଙ୍କ ନିକଟରେ ବସ୍ତି ଥଇଥାନ ଯୋଜନା ଅଧୀନରେ ଜମି ପ୍ରଦାନ କରିବାକୁ ସଂଘର ସମ୍ପାଦକ ସୈକ ଅସନୁଲ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories