ଧାନ ଖରି ଜାଲିଦେଲେ ଦୁର୍ବୃତ୍ତ

ବାଉଁଶୁଣି :ବୌଦ୍ଧ ବ୍ଲକ ମୁଣ୍ଡି ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମର ରବି ପାତ୍ର ବିଲରେ ଧାନ ଚାଷ କାର୍ୟ୍ୟ କରି ଖଳାରେ ଧାନ ଖରି ମାରି ରଖିଥିଲେ । କିଛିଦିନ ପରେ ରବି ପାତ୍ର ଧାନ ଅମଳ କରି ମଣ୍ଡିରେ ବିକ୍ରି କରିଥାନ୍ତେ ଓ ସରକାରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ପାଇଥାନ୍ତେ । କିନ୍ତୁ କୌଣସି ଦୁର୍ବୃତ୍ତ ଆସି ଧାନ ଖରିରେ ନିଆଁ ଲଗାଇବା ପରେ ସେଠାରୁ ପଳାଇଥିବା ଜଣାପଡିଛି। ଏହାପରେ ସ୍ଥାନୀୟ ଲୋକେ ବାଉଁଶୁଣି ଦମକଳ ବାହୀନିକୁ ଜଣାଇବାରୁ ଦମକଳ ବାହୀନି ନିଆଁକୁ ଆୟତ କରିବା ଆଗରୁ ଧାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା ।ଯେହେତୁ ବର୍ଷକର ଆୟ କେଇ କ୍ଷଣକରେ ଧ୍ଵଂସ ହୋଇଗଲା, ସେଥିପାଇଁ ରବି ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି ।ଆସନ୍ତା ବର୍ଷ ଧାନ ଅମଳ ପର୍ୟ୍ୟନ୍ତ ପରିବାରକୁ କିଭଳି ଭାବେ ଆହାର ଦେବେ ସେଥିପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ରବି ପାତ୍ର। ଜିଲା ପ୍ରଶାସନ ରବି ପାତ୍ରଙ୍କୁ କ୍ଷତିପୂରଣ ବାବଦରେ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.