www.samajalive.in
Sunday, December 7, 2025
14.1 C
Bhubaneswar

ଡମ୍ବରୁଗଡ ନିକଟରେ ଟ୍ରାକ୍ଟର ଚାପାରେ ନାବାଳକର ମୃତ୍ୟୁ

ବାଉଁଶୁଣୀ: ବାଉଁଶୁଣୀ ଥାନା ଡମ୍ବରୁଗଡ ନିକଟରେ ଟ୍ରାକ୍ଟର ଚାପାରେ ଗୁରୁତର ନାବାଳକର ଚିକିତ୍ସାଧିନ ଅବସ୍ଥାରେ ବାଉଁଶୁଣୀ ଡାକ୍ତରଖାନାରେ ମୃତ୍ୟୁ ହୋଇ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟକ୍ଷନ୍ହ ସମୟରେ ଡମ୍ବରୁଗଡ ଗ୍ରାମର ଜଣେ ୧୬ ବର୍ଷୀୟ ବାଳକ କବୀର ସେଠୀ  ସାଙ୍ଗ ମାନଙ୍କ ସହିତ ମହାନଦୀକୁ ସାଇକେଲ ଯୋଗେ ଗାଧୋଇବା ପାଇଁ ଯାଉଥିବା ବେଳେ ମହାନଦୀକୁ ବାଲି ଆଣିବାକୁ ଯାଉଥିବା ଏକ ଟ୍ରାକ୍ଟରରେ ଅଧା ବାଟରୁ ବସିଥିଲେ । ଟ୍ରାକ୍ଟରରେ ଯାଉଥିବା ବେଳେ ସେ ଖସିପଡିଥିଲେ ଓ ତାଙ୍କ ଉପରେ ଟ୍ରାକ୍ଟର ଚକ ଚଢିଯିବା ଫଳରେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ୍ ଯୋଗେ ଆଣି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ତାଙ୍କର ଚିକିତ୍ସକ୍ଷଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି । ବାଉଁଶୁଣୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories