BJD Bijuli 480×75 Mob

ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତା ଅବରୋଧ, ବରଗଡ଼ – ସମ୍ବଲପୁର ମଧ୍ୟରେ ଗମନାଗମନ ପ୍ରଭାବିତ

BJD Bijuli 480×75 Mob

ବରଗଡ଼ : ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ବସ୍ତା ରଖି ଚାଷୀ ଗୁରୁବାର ବରଗଡ଼ ଜିଲାର ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ୫୩ ନମ୍ବର ଜାତୀୟ ରାଜପଥରେ (ବରଗଡ଼ – ସମ୍ବଲପୁର) ମୁଖ୍ୟ ରାସ୍ତା ମଧ୍ୟରେ ଗମନାମଗନ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପଟେ ବହୁ ଯାନବାହନ ଅଟକି ରହିବା ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣଭାବେ ବନ୍ଦ ରହିଥିବା ସୂଚନା ମିଳିଛି। ଶହ ଶହ ସଂଖ୍ୟାରେ ଚାଷୀ ଏକଜୁଟ ହୋଇଛନ୍ତି। ଡ଼ିଆଇଜି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ପରେ ଚାଷୀମାନେ ଆଜି ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି।

Comments are closed.