ଥାନାଧିକାରୀ ଓ ଅବକାରୀ ଷ୍ଟେସନ୍ ଅଧିକାରୀଙ୍କ ବଦଳି ନିର୍ଦେଶ
ଭୁବନେଶ୍ୱର : ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ସମୟରେ ବରଗଡ଼ ଜିଲା ସରସରା ଗ୍ରାମଠାରେ ହୋଇଥିବା ଏକ ଅଭାବନୀୟ ହତ୍ୟାକାଣ୍ଡର ତଦନ୍ତ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ତଦନ୍ତ ଅନୁଯାୟୀ ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତମାନେ ଘଟଣା ସମୟରେ ନିଶାସକ୍ତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।
ଏଥିପାଇଁ ବରଗଡ଼ ସଦର ଥାନାଧିକାରୀ ଓ ଅବକାରୀ ଷ୍ଟେସନ୍ ଅଧିକାରୀଙ୍କୁ ୨୪ ଘଣ୍ଟା ଭିତରେ ଜିଲା ବାହାରକୁ ବଦଳି କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯଥାକ୍ରମେ ପୋଲିସ ଡିଜି ଓ ଅବକାରୀ ଆୟୁକ୍ତଙ୍କୁ ପତ୍ରଲେଖି ଜଣାଇଛନ୍ତି।
Comments are closed.