www.samajalive.in
Sunday, December 7, 2025
13.1 C
Bhubaneswar

ବାରବାଟୀ ଦିନିକିଆ : ପରିଚୟ ପତ୍ର ବାଧ୍ୟତାମୂଳକ, ଜଣଙ୍କୁ ମିିଳିବ ୨ଟି ଟିକଟ

କଟକ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁଥିବା ଦିନିକିଆ ସିରିଜର ତ୍ବତୀୟ ତଥା ଅନ୍ତିମ ଦିବାରାତ୍ର ମ୍ୟାଚ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପାଇଁ ଡିସେମ୍ବର ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୫ଟା ଯାଏ କାଉଣ୍ଟରରେ ଟିକଟ ବିକ୍ରି କରାଯିବ। ୧୨ଟି କାଉଣ୍ଟରରେ ଏହି ଟିକଟ ବିକ୍ରି ହେବ । ୧୨ଟି କାଉଣ୍ଟରରେ ସମୁଦାୟ ୧୦ ହଜାର ୫୦ଟି ଟିକଟ ବିକ୍ରି କରାଯିବ । ଟିକଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ ଏବଂ ଜଣକା ୨ଟି ଟିକଟ ନେଇପାରିବେ ବୋଲି ଓସିଏ ପକ୍ଷରୁ ସୋମବାର କରାଯାଇଥିବା ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକଟ ବିକ୍ରି ସରିଥିଲା। ମାତ୍ର ଏକ ଘଣ୍ଟା ୩୦ମିନିଟ ମଧ୍ୟରେ ଅନଲାଇନରେ ଥିବା ସମସ୍ଥ ଟିକଟ ବିକ୍ରି ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories