www.samajalive.in
Sunday, December 7, 2025
26.1 C
Bhubaneswar

ଘାସିପୁଟ ଜାତୀୟ କୃଷି ବଜାର ନୂତନ ଗୃହ ଓ ସାପ୍ତାହିକ ହାଟର ଶୁଭ ଉଦଘଟାନ

ବାଙ୍କୀ: ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଘାସିପୁଟ ଠାରେ କୃଷକ ମାନଙ୍କର ଉତ୍ପାଦିତ ପନିପରିବା,ଶଷ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୀବଟାର ସୁବିଧା ଯୋଗାଇ ଦେବାପାଇଁ ନିର୍ମାଣ ହୋଇଥିବା ଜାତୀୟ କୃଷି ବଜାରର ନୂତନ ଗୃହ ଓ ସାପ୍ତାହିକ ହାଟର ଶୁଭ ଉଦଘାଟନ ହୋଇଛି। ରବିବାର ସକାଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଫିତା କାଟି ନଡିଆ ବାଡେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ବହୁ ଦିନର ପ୍ରତୀକ୍ଷା ପରେ ଆଜି ଏହି କାର୍ଯ୍ୟ ସମାହିତ ହୋଇଥିବାରୁ ସରଣ୍ଡାଗଡ ଅନ୍ତର୍ଗତ ସୁବର୍ଣ୍ଣପୁର ,ରତାଗଡ, କନ୍ତପହଁରା, କଦଳୀବାଡି, ବାଉଁଶପୁଟ ,ବନ୍ଦାଳ, କୁଶପଙ୍ଗି, ଡମପଡା, ଶିମିଳିପୁର, ହରିରାଜପୁର, ଦୁଲଣାପୁର, ତାଳବସ୍ତ,ପାଥପୁର, ଭଗିପୁର ଓ ବାଆଁରା ପଞ୍ଚାୟତ ଅଞ୍ଚଳର କୃଷକ ମାନେ ଆଉ କୃଷି ଉତ୍ପାଦନ ବିକ୍ରୀବଟାରେ ଶୋଷିତ ନହୋଇ ଉଚିତ୍‍ ବଜାରଦର ପାଇବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି।

- Advertisement -

ଏହି ପରିପ୍ରେକ୍ଷୀରେ ଜାତୀୟ କୃଷି ବଜାର ପରିସରରେ ନିୟନ୍ତ୍ରିତ ବଜାର କମିଟି ସଞ୍ଚାଳନରେ କୋଭିଡ୍‍ ନିୟମ ଅନୁପାଳନ କରାଯାଇ ଏକ ସଂକ୍ଷିପ୍ତ ଉଦ୍ଦ୍‍ଘାଟନୀ ସଭା ଓ ସଚେତନତା କାର୍ଯ୍ୟକ୍ରମ ନିୟନ୍ତ୍ରିତ ବଜାର କମିଟିର ସଭାପତି ତଥା ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ମାନସ ମହାପାତ୍ର, ତ୍ରିଲୋଚନ ରାଉତ,କୁଶପଙ୍ଗି ସରପଞ୍ଚ ପୁଷ୍ପଲତା ପରିଡା,ସମିତିସଭ୍ୟ ଅଜିତ କୁମାର ଜେନା,ସମାଜସେବୀ ଗୌରୀଶଙ୍କର ନନ୍ଦ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ଉଚିତ୍‍ ପ୍ରାପ୍ୟ ଓ ଦର ପାଇବାରେ ସର୍ବଭାରତୀୟ ସ୍ତରରେ ସବୁଜ ପନିପରିବାର ବଜାର ଦର ଓ କୃଷିଜାତ ଦ୍ରବ୍ୟର ମାନ ଓ ଗୁଣାବତ୍ତା ବାହାରେ ଚାହିଦା ହେବ ବୋଲି ପ୍ରକାଶ କରିଥିଲେ। ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅଜୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରି ବିବରଣୀ ପାଠ କରିଥିଲା ବେଳେ ଘାସିପୁଟ ଠାରେ ତ୍ରୟୋଦଶ ଅର୍ଥ କମିଶନ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହାୟତାରେ ଉଦଘାଟିତ ହୋଇଥିବା କୃଷି ବଜାର ଅଞ୍ଚଳର ପ୍ରାୟ ୧୦ହଜାର କୃଷକ ଭାଇ ମାନଙ୍କର ଉପକାରରେ ଲାଗିବ ବୋଲି ସୂଚନା ଦେଇଥିଲେ। ପ୍ରତି ବୁଧବାର ଓ ରବିବାର ସପ୍ତାହକୁ ୨ଦିନ ସାପ୍ତାହିକ ହାଟ ସଞ୍ଚାଳିତ ହେବା ସହିତ ପ୍ରତିଦିନ ମଧ୍ୟ ଚାଷୀ ମାନେ ରାସ୍ତା ପାର୍ଶ୍ବରେ ପରିବା ବିକିବା ଅପେକ୍ଷା ଏଠାରେ ବ୍ୟବସାୟ କରିବା ପାଇଁ ସୁଯୋଗ ଥିବା ସମ୍ପର୍କରେ ଉପଜିଲ୍ଲାପାଳ ଉପସ୍ଥିତ କୃଷକ ମାନଙ୍କୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରର ଅଭିବୃଦ୍ଧି ପାଇଁ କୃଷକର ଦାୟିତ୍ୱ ସର୍ବାଗ୍ରେ ଅଛି। ଅଞ୍ଚଳର ବିକାଶ ପାଇଁ କୃଷକର ମାନସିକତାରେ ପରିବର୍ତ୍ତନ ଆଜିର ଆହ୍ୱାନ ହେଉ ବୋଲି ସଂକ୍ଷିପ୍ତ ବକ୍ତବ୍ୟରେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରି ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ପଞ୍ଚାୟତର ତାରେଣୀ ଛକ ଠାରେ ଅନୁରୂପ ୨ୟ କୃଷି ବଜାର ନିର୍ମାଣ କରିବାର ଆବଶ୍ୟକତା ଥିବା ସମ୍ପର୍କରେ ପ୍ରକାଶ କରିଥିଲେ। ନିୟନ୍ତ୍ରିତ ବଜାର କମିଟିର ବରିଷ୍ଠ ପଦାଧିକାରୀ ଅଶୋକ କୁମାର ପ୍ରଧାନ ସମସ୍ତଙ୍କୁ ଧର୍ନବାଦ ଦେଇଥିଲେ। ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, ବନ୍ଦାଳ ସରପଞ୍ଚ ପ୍ରଦୀପ କୁମାର ବେହେରା, ଓସ୍ତିଆ ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା, ଭରତ ବେହେରା, କଦଳୀବାଡି ସରପଞ୍ଚ ପ୍ରକାଶ କୁମାର ବେଉରା, ସମାଜସେବୀ ସୁକାନ୍ତ ବେହେରା, ନରେନ୍ଦ୍ର ସାହୁ,ପ୍ରମୋଦ ସାହୁ, ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ସମେତ ବହୁ ପ୍ରମୁଖ ଆଗୁଆ କୃଷକ ଓ ମହିଳା କୃଷକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାପ୍ତାହିକ ହାଟର ଶୁଭାରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories