www.samajalive.in
Sunday, December 7, 2025
23.1 C
Bhubaneswar

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବୀ

ବାଲିଚନ୍ଦ୍ରପୁର: ବାଙ୍ଗାଲୋରରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ରେଳ ଧାରଣାରେ କଟି ମୃତ୍ୟୁ ଘଟିଛି। ବଡ଼ଚଣା ବ୍ଲକ ରଇପୁର ପଞ୍ଚାୟତ ପାଥପୁର ଗ୍ରାମର ରାମ ଚନ୍ଦ୍ର ପଣ୍ଡାଙ୍କ ପୁଅ ଦୀନେଶ ପଣ୍ଡା(୨୯) କିଛି ବର୍ଷ ହେବ ବାଙ୍ଗାଲୋର ଯାଇ ସେଠାକାର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ। ଦୀନେଶ ସେଠାରେ କାମ କରିବା ସହ ଓଡ଼ିଆ ଶ୍ରମିକ ସାଙ୍ଗମାନଙ୍କ ସହ ରହୁଥିବା ବେଳେ ଶନିବାର ରାତିରୁ ସେ ହଠାତ କେଉଁ ଆଡେ ପଳାଇ ଯାଇଥିଲେ। ତା’ର ସାଙ୍ଗମାନେ ଖୋଜା ଖୋଜି କରୁଥିବା ବେଳେ ଦୀନେଶର ମୃତ ଦେହ ରେଳ ଧାରଣା ନିକଟରେ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିବା ରବିବାର ସକାଳେ ଦେଖିଥିଲେ।

 

- Advertisement -

ଖବର ପାଇ ସ୍ଥାନୀୟ ରେଳବାଇ ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ତେବେ ମୃତୁର କାରଣ ଜଣାପଡି ନାହିଁ। ପୁତ୍ରର ମୃତ୍ୟୁ ଖବର ପାଇ ପରିବାର ଲୋକେ ବାଲିଚନ୍ଦ୍ରପୁର ପୁଲିସ ସହାୟତାରେ ସେଠାକାର ପୁଲିସ ସହ ଯୋଗାଯୋଗ କରିଥିବା ଜଣାଯାଇଛି। ଦୀନେଶ ପରିବାରର ଏକ ମାତ୍ର ପୁତ୍ର ହୋଇଥିବାରୁ ତାକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଅପରପକ୍ଷରେ ଦୀନେଶ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories