ବାଲେଶ୍ୱରରେ ଘରେ ପଶି ହାତୀର ଆକ୍ରମଣ ,ନାବାଳିକା ମୃତ

ବାଲେଶ୍ୱର – ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଳିଆ ଚିତ୍ରାଶୁଳ ଗାଁରେ ଦନ୍ତା ଆକ୍ରମଣରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ନିଶିକାନ୍ତ ଦେହୁରୀଙ୍କ ୮ ବର୍ଷର ଝିଅକୁ ହାତୀ ଦଳିଦେଇଥିବା ସୂଚନା ମିଳିଛି । ରାତିରେ ୮ରୁ ୯ଟି ହାତୀ ଆସି ବାରିରେ ଥିବା ନଡିଆ ଗଛ ଭାଙ୍ଗି ଖାଉଥିଲେ ।

ହାତୀକୁ ଘଉଡାଇବା ସମୟରେ ଗୋଟିଏ ହାତୀ ଘର ଭିତରକୁ ପଶିଯାଇଥିଲା । ଅନ୍ଧାରରେ ଶୋଇଥିବା ଝିଅର ମୁଣ୍ଡ ଉପରେ ଚଢି ଯିବାରୁ ସେ ଗୁରୁତର ହୋଇଥିଲା । ପରିବାର ଲୋକ ଏହା ଜାଣିବାପରେ ନାବାଳିକାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଛନ୍ତି ।

Comments are closed.