www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ-ଡକାୟତ ମୁହାଁମୁହିଁ: ପିସ୍ତଲର ଜବାବ ଦେଲା ପଥର

ବଲାଙ୍ଗିର: ଡକାୟତଙ୍କ ସହ ମୁହଁାମୁହିଁ, ପିସ୍ତଲର ମୁକାବିଲା କଲା ପଥର। କଥାଟା ଅବିସ୍ବାଶ ଲାଗୁଥିଲେ ମଧ୍ୟ ସତ୍ୟଘଟଣା। ଆଜି ଡକାୟତଙ୍କୁ କାବୁ କରିବାକୁ ପହଞ୍ଚିଥିଲା ପୁଲିସ। ଘଟଣାସ୍ଥଳରେ ପୁଲିସ ଉପରକୁ ହଠାତ୍ ଗୁଳିଚଳାଇଥିଲେ ଡକାୟତ। ପୁଲିସ ପାଖରେ ସେତେବେଳେ ବନ୍ଧୁକ କିମ୍ବା ପିସ୍ତଲ ନ ଥିଲା। କିନ୍ତୁ ଡକାୟତମାନଙ୍କୁ କାବୁ କରିବା ପାଇଁ ପଥରରେ ଜବାବ ଦେଇଥିଲେ ପୁଲିସ। ଶେଷରେ ପୁଲିସର ପଥର ଫୋପାଡ଼ିବାକୁ ମୁକାବିଲା କରିପାରିନଥିଲେ ଡକାୟତ ଏବଂ ଶେଷରେ ଆତ୍ମସମର୍ପଣ କରିଥିଲେ। ଲୋଇସିଂହା ଥାନା କୁଟାସିଂଗା ଗାଁ ଜଙ୍ଗଲରେ ଧରାପଡ଼ିଥିବା ୩ ଡକାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର, ୨ଜଣ ସ୍ଥାନୀୟ ଅଞ୍ଚଳର। ଜଣେ ଯୁବକଙ୍କ ଠାରୁ ଲୁଟ୍‌ କରି ଚମ୍ପଟ ମାରୁଥିଲେ ୫ ଡକାୟତ। ଗୋଡ଼ାଇବାବେଳେ ଡକାୟତଙ୍କ ପୁଲିସ ଉପରକୁ ଫାୟାରିଂ ଉଦ୍ୟମ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ପୁଲିସ ସହ ଘେରାବନ୍ଦୀ ରଖିଥିଲେ। ଘେରାବନ୍ଦୀ ପରେ ୩ ଡକାୟତଙ୍କ ଆତ୍ମସମର୍ପଣ କରିଥିବାବେଳେ ଆଉ ୨ ଜଣ ଫେରାର ହୋଇଯାଇଥିଲେ।


ମିଳିଥିବା ସୂଚନା ଅନୁଯାୟୀ ଲୋଇସିଂହା ପୁଲିସ ଶନିବାର କୁଟାସିଂଗା ଗ୍ରାମ ନିକଟରେ ଏକ ଡକାୟତ ଦଳକୁ ଧରିବାରେ ସଫଳ ହୋଇଛି। ଡକାୟତ ଦଳର ୩ଜଣ ପୁଲିସ ହାବୁଡରେ ପଡିଥିବା ବେଳେ ୨ଜଣ ଖସିଯିବାରେ ସଫଳ ହୋଇଛନ୍ତି। ବଲାଙ୍ଗିର ସଦର ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମର ଜନରଞ୍ଜନ ନାଏକ ଓ ଜ୍ୟୋତିରଞ୍ଜନ ନାଏକ ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କୁଶଙ୍ଗ ଜନସେବା କେନ୍ଦ୍ରକୁ ବାଇକ ଯୋଗେ ଯାଉଥିଲେ। ପଛ ପଟରୁ ଦୁଇଟି ପଲସର ବାଇକରେ ୫ ଜଣ ଯୁବକ ଆସି ସେମାନଙ୍କୁ ଲାତ ମାରିଥିଲେ। ଫଳରେ ଉଭୟେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ସେମାନଙ୍କୁ ପିସ୍ତଲ ଦେଖାଇ ୩୫ ହଜାର ଟଙ୍କା, ଲାପ୍‌ଟପ୍‌ ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଜନରଞ୍ଜନ ତୁରନ୍ତ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।

- Advertisement -


ଲୋଇସିଂହା ଥାନା ଏସ୍ଆଇ ନବୀନ ଭୋଇ, ଏଏସଆଇ ଆର୍ତ୍ତତ୍ରାଣ ସାହୁ, କନଷ୍ଟେବଳ ଦିଲୀପ ନନ୍ଦ ଡକାୟତ ଦଳର ପିଛା କରିଥିଲେ। କୁଟାସିଂଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଟିଆ ଓ ପୁଲିସ ମଧ୍ୟରେ ୨ ଘଣ୍ଟା ଧରି ଛକାପଞ୍ଝା ହୋଇଥିଲା। ପିସ୍ତଲ ସାହାଯ୍ୟରେ ପୁଲିସ ଉପରକୁ ଫାଇରିଂ କରିଥିଲେ। ତେବେ ଏହାର ପ୍ରତି ଜବାବରେ ପୁଲିସ ପଥର ଓ ଟେକାମାଡ଼ କରିଥିଲା ଏବଂ ଡକାୟତଙ୍କ ପିସ୍ତଲ ଫାଇରିଂର ମୁକାବିଲା କରିଥିଲା। ଏହାପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ୩ଜଣ ଡକାୟତଙ୍କୁ କାବୁ କରିଥିଲା । ଡକାୟତମାନେ ପିସ୍ତଲ ଦେଖାଇ ଗ୍ରାମବାସୀଙ୍କୁ ଡରାଇ ପଳାଇବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ଟେକା ପଥର ଧରି ଘେରାବନ୍ଦି କରିବାରୁ ସେମାନେ ମୁକାବିଲା କରିବାକୁ ବିଫଳ ହେବା ସହିତ ପିସ୍ତଲ ପକାଇ ଦେଇଥିଲେ। ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ୩ ଜଣ ଡକାୟତ ଧରାପଡିଥିବା ସୂଚନା ମିଳିଛି। ଧରା ପଡିଥିବା ୩ ଜଣ ଅଣଓଡିଆ ହୋଇଥିବା ବେଳେ ଫେରାର ୨ଜଣ ଓଡିଆ ଯୁବକ ବୋଲି ଚର୍ଚ୍ଚା ହେଉଛି। ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ସୂଚନା ଅନୁସାରେ ଗିରଫ ୩ ଜଣଙ୍କ ପାଖରୁ ୨ ପିସ୍ତଲ, ୪ ଜୀବନ୍ତ ଗୁଳି, ଗୋଟିଏ ମୋବାଇଲ, ପଲ୍ସର ବାଇକ୍ ଜବତ କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories