ବଢୁଛି ଯୁବ ମାନସିକ ରୋଗୀଙ୍କ ସଂଖ୍ୟା, ଧାତୁ କ୍ଷୟ ରୋଗ ଏକ ମାନସିକ ରୋଗର ଲକ୍ଷଣ
ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା। ଏହି ଡାକ୍ତରଖାନାରେ ପ୍ରତିଦିନ ଶତାଧିକ ମାନସିକ ରୋଗୀ ଆସୁଛନ୍ତି। ରୋଗୀ ସଂଖ୍ୟାକୁ ଆଖିରେ ରଖି ସ୍ୱତନ୍ତ୍ର ଭାବେ ମାନସିକ ରୋଗ ବିଭାଗ ଖୋଲାଯାଇଛି। ଏହି ବିଭାଗରେ ଅଧିକାଂଶ ଯୁବ ରୋଗୀଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ ମାନସିକ ଭାବେ ଦୁର୍ବଳ ହେବା ସହ ଜୀବନ ପ୍ରତି ବିତସ୍ପୃହ ହୋଇ ପଡୁଥିବା ଲକ୍ଷ୍ୟ କରାଯାଉଥିବା ଦେଖିବାକୁ ମିଳୁଛି ବୋଲି ମାନସିକ ରୋଗ ବିଭାଗର ସହକାରୀ ପ୍ରଫେସର ଡା.ଆର୍ଶିବାଦ ଶତପଥୀ କହିଛନ୍ତି। ତେବେ ଡା.ଶତପଥୀ ମାନସିକ ରୋଗଙ୍କ ଆଉ ଏକ ଲକ୍ଷଣ ସଂପର୍କରେ ସୂଚନା ଦେଇଛନ୍ତି। କୋଭିଡ ପରେ ଓ ସମୟ କ୍ରମେ ଏହି ରୋଗର ଶିକାର ହୋଇଥିବା ଆଶଙ୍କା କରି ଅନେକ ଯୁବ ରୋଗୀ ଆସୁଥିବା ସେ କହିଛନ୍ତି।
ଶ୍ରୀ ଶତପଥୀଙ୍କ କହିବା ଅନୁସାରେ, ଧାତୁ କ୍ଷୟ ରୋଗ। ଏହା ଏକ ସାଂସ୍କୃତିକ ବିଶ୍ୱାସରୁ ଜନ୍ମିତ ରୋଗ। ଅନେକ ଯୁବ ରୋଗୀ ଏହି ଲକ୍ଷଣ ନେଇ ମାନସିକ ରୋଗ ବିଭାଗକୁ ଆସୁଛନ୍ତି। ଆଉ ସେମାନଙ୍କ ସମସ୍ୟା କଥା କହୁଛନ୍ତି। ବୁଝାଇବା ପରେ ବି ସେମାନେ ବୁଝିବା ପାଇଁ ନାରାଜ। ତେଣୁ ଏଦିଗରେ ବ୍ୟାପକ ସଚେତନତା କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ପୌରାଣିକ ବିଶ୍ୱାସ ଅନୁସାରେ ଥିବା ୭ଟି ଜୈବିକ ରସ ମଧ୍ୟରେ ଧାତୁ ସବୁଠୁ ମୂଲ୍ୟବାନ। ବେଳେ ବେଳେ ଆମ ଭିତରେ ଘନିଭୁତ ହେଉଥିବା ବିଶ୍ୱାସ ଯେ ଧାତୁ କ୍ଷୟ ରୋଗ ଏକ ମାନସିକ ରୋଗର ଲକ୍ଷଣ। ଏହା ଅନେକ ଯୁବକଙ୍କୁ ପଥଭ୍ରଷ୍ଟ କରୁଛି ଓ ମାନସିକ ରୋଗର କାରଣ ହେଉଛି। ଧାତୁ କ୍ଷୟ ରୋଗ ସାଧାରଣତଃ ଭାରତ, ପାକିସ୍ତାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା ଭଳି ଦେଶରେ ଦେଖାଯାଏ କହିଛନ୍ତି ଡା.ଶତପଥୀ।
ଭାରତର ଋଢିବାଦୀ ମାନସିକତା ପ୍ରାୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳେ। ପରିଶ୍ରାରେ ଧାତୁ ଯିବା, ସ୍ୱପ୍ନଦୋଷ ହୋଇ ଧାତୁ କ୍ଷୟ ହେବା ଏହି ରୋଗର ମୂଳ ଲକ୍ଷଣ। କିନ୍ତୁ ଶାରିରୀକ ଦୁର୍ବଳତା, ଓଜନ ହ୍ରାସ, ଅତ୍ୟଧିକ ଭାବିବା, ଉଦାସ ରହିବା, ନିଦ କମିଯିବା ମଧ୍ୟ ଦେଖାଯାଏ। ଏହି ରୋଗ ପ୍ରାୟ କିଶୋର ବୟସ୍କ ଓ ପୁରୁଷମାନଙ୍କ ପାଖରେ ଦେଖାଯାଏ କହନ୍ତି ଡା.ଶତପଥୀ। ଏହି ରୋଗ ପାଇଁ ପ୍ରାୟ ରୋଗୀ ଚର୍ମ ବିଶେଷଜ୍ଞଙ୍କ ପାଖକୁ ପ୍ରଥମେ ଯାଇଥାନ୍ତି। କିନ୍ତୁ ଏହା ଏକ ମାନସିକ ରୋଗ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ବୋଲି ସେ ମତ ଦିଅନ୍ତି। ଋଢିବାଦୀ ଧାରଣା ଅନୁସାରେ, ଲକ୍ଷ ଲକ୍ଷ ବିନ୍ଦୁ ଶ୍ୱେତରେ ତିଆରି ହୁଏ ଏକ ବିନ୍ଦୁ ରକ୍ତ, ଲକ୍ଷ ଲକ୍ଷ ବିନ୍ଦୁ ରକ୍ତରେ ତିଆରି ହୁଏ ବୀର୍ଯ୍ୟ। ଏହି ବିଶ୍ୱାସ କାରଣରୁ ଯାହାର ଧାତୁ କ୍ଷୟ ହୁଏ ସେମାନେ ମାନସିକ ଭାବେ ଦୁର୍ବଳ ହୋଇଯାଆନ୍ତି। ଆଉ ସେମାନେ ବିଶ୍ୱାସ କରନ୍ତି ଯେ, ମୁଁ ଶୁଖି ଯାଉଛି, ଦୁର୍ବଳ ହୋଇଯାଉଛି। ତେବେ ମାନସିକ ରୋଗ ବିଭାଗର ସହକାରୀ ପ୍ରଫେସର ଡା.ଶତପଥୀଙ୍କ କହିବା ଅନୁସାରେ, ଏହି ବିଶ୍ୱାସ ସଂପୂର୍ଣ୍ଣ ସତ ନୁହେଁ। କିଶୋର ବୟସରେ ଧାତୁ କ୍ଷୟ ହେବା ଏକ ସାଧାରଣ ବିଷୟ। ତାହା ସ୍ୱପ୍ନ ଦୋଷରୁ ହେଉ ନଚେତ ହସ୍ତମୈଥୁନ ଦ୍ୱାରା ହେଉ। ବାକି ଜୈବିକ ରସ ଭଳି ଆମ ଶରୀର ଏହାକୁ ସଂପୂର୍ଣ୍ଣ ମାତ୍ରାରେ ବିନା ଦ୍ୱିଧାରେ ତିଆରି କରିଥାଏ। ତେଣୁ ଏହି ରୋଗୀଙ୍କର ଚିକିତ୍ସା ପ୍ରାୟ ଆଲୋଚନା ଓ ଅବସାଦ ଔଷଧ ଦ୍ୱାରା କରାଯାଏ। ରୋଗୀଙ୍କର ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ କିଛି ଦିନ ଚିକିତ୍ସା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ଡା.ଶତପଥୀ କହନ୍ତି।
Comments are closed.