ବାହାନଗା ରେଳ ଦୁର୍ଘଟଣା- ୫ ଜଣ ରେଳ କର୍ମଚାରୀ ଏବେ ସିବିଆଇ ସ୍କାନରରେ
ଭୁବନେଶ୍ୱର – ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି । ଭାରତ ଇତିହାସରେ ଏପରି ରେଳ ଦୁର୍ଘଟଣା ପ୍ରଥମ ଘଟଣା । ତିନୋଟି ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ସିଗନାଲିଂରେ ତ୍ରୁଟି ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଥିଲା । ଛିଡା ହୋଇଥିବା ମାଲବାହୀ ଟ୍ରେନ୍କୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା । ଏହାପରେ କିଛି ବଗି ଲାଇନଚ୍ୟୁତ୍ ହେବାରୁ ଅନ୍ୟ ଟ୍ରାକରେ ଯାଉଥିବା ଯଶଓ୍ୱନ୍ତପୁର-ହାଓ୍ୱଡା ଟ୍ରେନର ପଛ ବଗିକୁ ଧକ୍କା ଦେଇଥିଲା ।
ଏହାର ତଦନ୍ତ ଭାର ଏବେ ସିବିଆଇ ହାତରେ । ସିଗନାଲିଂରେ ତ୍ରୁଟି ବିଷୟରେ ଏହି ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି ।ବାହାନଗା ରେଳ ଷ୍ଟେସନ୍ର ଆସିଷ୍ଟାଣ୍ଟ ଷ୍ଟେସନ୍ ମାଷ୍ଟରଙ୍କ ସହ ସିଗନାଲିଂ ପାଇଁ ଥିବା ୪ ଜଣ ରେଳ କର୍ମଚାରୀଙ୍କୁ ଏବେ ରେଳ ସୁରକ୍ଷା କମିଶନ୍ ଏବଂ ସିବିଆଇର ଅଧିକାରୀମାନେ ପଚରା ଉଚରା କରୁଛନ୍ତି । ଦୁର୍ଘଟଣା ଘଟିବା ପୂର୍ବରୁ ଏମାନେ ରକ୍ଷଣବେକ୍ଷଣ କାର୍ଯ୍ୟ ପରେ ଏମାନେ ଦୁର୍ଘଟଣା ଘଟିଥିବା ଲାଇନ୍ର ସଠିକ୍ ଭାବେ ଯାଞ୍ଚ କରି ନଥିବା ସୂଚନା ମିଳିଛି ।
ଏହା ଗତ ୩୦ ବର୍ଷ ମଧ୍ୟରେ ସବୁଠାରୁ ବଡ ଏବଂ ଦୁଃଖଦାୟକ ରେଳ ଦୁର୍ଘଟଣା । ଏଥିରେ ୨୮୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧,୧୦୦ ଜଣ ଗୁରୁତର ହଇଥିଲେ ।
Comments are closed.