ଓୱେସି ହେଉଛନ୍ତି ଦ୍ବିତୀୟ ଜାକିର ନାଏକ : ବାବୁଲ ସୁପ୍ରିୟୋ
ନୂଆଦିଲ୍ଲୀ : ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଓୱେସିଙ୍କୁ ବିବାଦୀୟ ଇସଲାମିକ ପ୍ରଚାରକ ଜାକରି ନାଏକଙ୍କ ସହ ତୁଳନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ। ଓୱେସି ଦ୍ବିତୀୟ ଜାକିର ନାଏକ ଭଳି ହେଉଛନ୍ତି। ଯଦି ସେ ଆବଶ୍ୟକତା ଠାରୁ ଅଧିକ କଥା କୁହନ୍ତି ତେବେ ସେଥିପାଇଁ ଆମ ଦେଶରେ ଆଇନ କାନୁନର ବ୍ୟବସ୍ଥା ରହିଛି ବୋଲି ବାବୁଲ ସୁପ୍ରିୟୋ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ନିକଟରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଥିଲେ। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହି ରାୟରେ ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଓୱେସି ଅସନ୍ତୋଷ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ମୁଁ ସୁପ୍ରିମକୋର୍ଟଙ୍କ ଏହି ରାୟରେ ସନ୍ତୁଷ୍ଟ ନାହିଁ। ଏଥିରେ ଆମର ଅଧିକାର ରହିଛି। ଆମେ ଆମର ଅଧିକାରର ଲଢେଇ ଲଢୁଛୁ। ସୁପ୍ରିମ୍କୋର୍ଟ ‘ସର୍ବୋଚ୍ଚ’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଆମକୁ ଦାନ ଆକାରରେ ଦିଆଯାଉଥିବା ୫ଏକର ଜମିର କୌଣସି ଆବଶ୍ୟକତା ନାହିଁ।
Comments are closed.