ଡଲଫିନ ଏବଂ କଇଁଛ ସୁରକ୍ଷା ପାଇଁ ସମୁଦ୍ର ମୁହାଣରେ ସଚେତନତା

ବାସୁଦେବପୁର : ମାଛ ଗଣନାର ୪ଟି ଡଲଫିନ ମାଛ ଥିବା ସୂଚନା ମିଳିବା ପରେ ବାସୁଦେବପୁର ବନ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଡଲଫିନ ମାଛ ଏବଂ ଅଲିଭ ରିଡଲେ କଇଁଚର ସୁରକ୍ଷା ପାଇଁ କଶିଆ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସଚେତନ କରାଯାଇଛି । ଛାତ୍ରଛାତ୍ରୀ ଏବଂ ମତ୍ସ୍ୟଜୀବିମାନଙ୍କୁ ନେଇ ସଚେତନତା ସଭା ଆୟୋଜିତ ହୋଇଯାଇଛି । କଶିଆ ସାମୁଦ୍ରିକ ମୁହାଣରେ ବନବିଭାଗ ପକ୍ଷରୁ ଜେଠୀକୁ ସଫେଇ କରିବା ପରେ ସ୍ଥାନୀୟ ମତ୍ସ୍ୟଜୀବି, ଏବଂ ବନକର୍ମଚାରୀମାନେ ଡଲଫିନ ଏବଂ କଇଁଚର ସୁରକ୍ଷା ବିଷୟରେ ବିଭିନ୍ନ ଫ୍ଲାକାର୍ଡ ଧରି ରାଲି କରି ବିଭିନ୍ନ ନାରା ମାଧ୍ୟମରେ ସଚେତନା ବର୍ତ୍ତା ଦେବା ସହିତ ସାମୁଦ୍ରିକ ଜୀବର ସୁରକ୍ଷା ଦିଗରେ ଶପଥ ପାଠ କରିଥିଲେ । ପରେ ସ୍ଥାନୀୟ ବୀଣାପଦା ସ୍କଲରେ ଏକ ଆୟୋଜିତ ସଭା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏସିଏଫ ସୁମିତ ମହାନ୍ତି, ରେଞ୍ଜର ଅତୁଲ୍ୟ ମହାନ୍ତି, ଫରେଷ୍ଟର ସୁଶୀଲ ସିଂ ସମେତ ଫରେଷ୍ଟର, ବନକର୍ମଚାରି, ସ୍ଥାନୀୟ ବୁଦ୍ଧିଜିବୀ, ପ୍ରମୁଖ ଉପସ୍ଥିତ ରହି ଡଲଫିଲ ଏବଂ ଅଲିଭ ରିଡଲେ କଇଁଚ ସୁରକ୍ଷା ଦିଗରେ ବିଭିନ୍ନ ନାରା ଦେଇଥିଲେ ।

Comments are closed.