ଜାଣନ୍ତୁ ଦେଶର ସବୁଠାରୁ ମହଙ୍ଗା ଗାଡି ନମ୍ବର

0

ନୂଆଦିଲ୍ଲୀ : କେରଳର ତିରୁବନ୍ତପୁରମର ଏକ ବ୍ୟବସାୟୀ ନିଜର ପୋରଚେ ୭୧୮ବକ୍ସଷ୍ଟାର କାରରେ ଏକ ବିଶେଷ ନମ୍ବର ପ୍ଲେଟ ଲଗାଇବା ପାଇଁ ୩୧ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଗାଡିର ନମ୍ବର ରହିଛି କେଜେ-୦୧ସିକେ-୧। ଏହି ନମ୍ବର ବର୍ତ୍ତମାନ ସୁଦ୍ଧା ରାଜ୍ୟ କିମ୍ବା ଦେଶରେ ସବୁଠାରୁ ମହଙ୍ଗା ଗାଡି ନମ୍ବର ଭାବରେ ରେକର୍ଡ ସୃଷ୍ଟି କରିଛି। ଏହି ନମ୍ବରକୁ ବିକ୍ରି କରିବା ପାଇଁ ନିଲାମ ରଖାଯାଇଥିଲା। ଯାହାକୁ ତିରୁବନ୍ତାପୁରମର କେ.କେ.ଏସ୍‍. ବାଲାଗୋପାଲ କିଣିଛନ୍ତି।
ଏହି କାରକୁ ୨୬ ଲକ୍ଷ ଟଙ୍କାରେ କିଣାଯାଇଥିଲା। କେରଳର ଏହି କାରକୁ ସୋମବାର ଆରଟିଓ ଦ୍ୱାରା କେରଳ ତିରୁବନ୍ତାପୁରମ ଜିଲାରେ ରଖାଯାଇଥିଲା। ୫୦୦ଟଙ୍କାରୁ ଏହି କାରର ନିଲାମି ଆରମ୍ଭ ହୋଇଥିଲା। ବାଲଗୋପାଲ ୩୦ଲକ୍ଷ ଟଙ୍କାରେ ବୋଲି ଜିତି ଯାଇଥିଲେ ଆବେଦନ ପାଇଁ ଅତିରିକ୍ତ ୧ଲକ୍ଷ ଟଙ୍କା ଦେବାକୁ ପଡିଥିଲା। ବାଲାଗୋପାଲ ଏକ ମେଡିସିନ କମ୍ପାନୀ ମାଲିକ। ବାଲଗୋପାଲଙ୍କୁ ଗାଡି ଚଳାଇବା ପସନ୍ଦ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ହରିଆଣା ମର୍ସିଡିଜ୍‍-ବେଞ୍ଜ ଏସ୍‍-କ୍ଲାସ ନାମରେ ରହିଥିଲା।

kalyan agarbati
Leave A Reply