୮୫ ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛି ଭାରତ
ନୂଆଦିଲ୍ଲୀ : ଦିନେ ବିଶ୍ଵରେ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ଭାରତ ଆଜି ୮୫ଟି ଦେଶକୁ ଏହା ରପ୍ତାନି କରୁଛି। ଏପରିକି ଆମେରିକା ଓ ଫ୍ରାନ୍ସ ଭଳି ରାଷ୍ଟ୍ରକୁ ମଧ୍ୟ ଭାରତ ଏବେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ ରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଆମେରିକାକୁ ଭାରତ ଯୁଦ୍ଧ ବିମାନ ଓ ହେଲିକପ୍ଟର ତିଆରି ଲାଗି ବିଭିନ୍ନ ଯନ୍ତ୍ରାଂଶ ବିକ୍ରି କରୁଛି। ବିଶ୍ଵର ପ୍ରତିରକ୍ଷା ଯନ୍ତ୍ରାଂଶ ନିର୍ମାଣକାରୀ କମ୍ପାନୀ ଲୋକହିଦ୍ ମାର୍ଟିନ୍ ଓ ବୋଇଂ ସହିତ ତାଳ ଦେଇ ଭାରତୀୟ କମ୍ପାନୀ ସମୂହ ଆଗକୁ ବଢି ଚାଲିଛନ୍ତି । ସେହିପରି ଫ୍ରାନ୍ସକୁ ବିଭିନ୍ନ ସଫ୍ଟଓ୍ବେର ଓ ଇଲେକଟ୍ରୋନିକ୍ ଯନ୍ତ୍ରାଂଶ ମଧ୍ୟ ରପ୍ତାନି କରାଯାଉଛି।
Comments are closed.