www.samajalive.in
Monday, December 8, 2025
13.1 C
Bhubaneswar

ପୁଲିସ ନିଜ କାର୍ଯ୍ୟଧାରାରେ ପରିବର୍ତ୍ତନ ନ ଆଣିଲେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କରାଯିବ: ପ୍ରଣବ 

ଯାଜପୁର: ଧମର୍ଶାଳା ନିର୍ବାଚନ ମଣ୍ଡଳୀରେ ଏବେ ସାମାଜିକ ଗଣମାଧ୍ୟମରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଲଢେଇ ଜୋରଦାର ଚାଲିଥିବାବେଳେ ଏକ ପୋଷ୍ଟକୁ ନେଇ ଥାନୋର ମାମଲା ରୁଜୁ ହୋଇଛି। ସାମାଜିକ ଗଣମାଧ୍ୟରେ ସମୋଲାଚନାକୁ ନେଇ ବିଜେଡ଼ି ଯୁବ ସଂଗଠକ ସୁବ୍ରତ କୁମାର ଧଳ ଓ ଛାତ୍ର ସଙ୍ଗଠକ ମାନସ କୁମାର ମହାନ୍ତିଙ୍କ ବିରୋଧରେ ଦେଉଳିପାଳ ଗ୍ରାମର ବିଶ୍ୱଜିତ ସ୍ୱାଇଁ ଧମର୍ଶାଳା ଥାନୋର ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୭୬୫/୨୪ର ଏକ ମାମଲା ରୁଜୁ କରି ଉଭୟଙ୍କୁ ଥାନାକୁ ଡାକି ପଚରା ଉଚରା କରିଥିଲା। ଏହି ଖବର ପାଇ ଧମର୍ଶାଳା ପୂବର୍ତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ନିଜ ସମଥର୍କଙ୍କ ସହ ଥାନାରେ ପହଁଚି ସେଠୋର ଉପସ୍ଥିତ ଥିବା ଅତିରିକ୍ତ ଅରକ୍ଷୀ ଅଧୀକ୍ଷକ ଅନିରୁଦ୍ଧ ରାଉତରାୟ ଓ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଆଇନ ସମସ୍ତଙ୍କ ପାଇଁ ସମାନ, ବିଗତ ଦିନେର ବିଜେଡି ସମଥର୍କଙ୍କ ଦ୍ୱାରା ହୋଇଥିବା ଅଭେିଯାଗକୁ ପୁଲିସ ହାଲୁକା ଭୋବ ନେଉଥିଲା ବେଳେ ଏବ ସାମାନ୍ୟ ଅଭେିଯାଗେର ପୁଲିସ ବିଜେଡି ସମଥର୍କଙ୍କୁ ଥାନାକୁ ଡାକି ଧମକ ଚମକ ଦେଉଛି। ନିର୍ବାଚନର ୪ ମାସ ପରେ ମଧ୍ୟ ପୁଲିସ ସମସ୍ତଙ୍କ ପାଇଁ ଠିକ ଢଙ୍ଗରେ କାମ କରୁ ନାହିଁ ବୋଲି ଧମର୍ଶାଳାର ପୂବର୍ତନ ବିଧାୟକ ପ୍ରଣବ କହିଛନ୍ତି । ପୁଲିସ ତା’ର କାର୍ଯ୍ୟଧାରାର ପରିବର୍ତ୍ତନ ନ ଆଣିଲେ ଉପରିସ୍ଥ ଅଧିକାରୀଙ୍କ ପାଖରେ ଏ ନେଇ ଅଭେିଯାଗ କରାଯିବ ବୋଲି ପ୍ରଣବ ଚେତାବନୀ ଦେଇଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories