ଅଷ୍ଟ୍ରେଲିଆ ମହିଳା ଟି-୨୦ ଚାମ୍ପିଅନ

ସ୍କୋର: ଅଷ୍ଟ୍ରେଲିଆ ୧୫୬/୬ ଏବଂ ଦକ୍ଷିଣ ଆଫ୍ରିକା ୧୩୭/୬

କେପଟାଉନ: ପୁଣି ଅଷ୍ଟ୍ରେଲିଆ ମହିଳା ଟି-୨୦ ବିଶ୍ବକପ ଚାମ୍ପିଅନ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୯ରନରେ ହରାଇ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ଟି-୨୦ ଫର୍ମାର୍ଟରେ ଷଷ୍ଠ ଥର ପାଇଁ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। ସ୍କୋର: ଅଷ୍ଟ୍ରେଲିଆ ୧୫୬/୬ ଏବଂ ଦକ୍ଷିଣ ଆଫ୍ରିକା ୧୩୭/୬

ରବିବାର ମହିଳା ଟି-୨୦ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। କେପଟାଉନ୍‌ ନ୍ୟୁଲାଣ୍ଡ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ବିଶ୍ବ ଚାମ୍ପିଅନ୍‌ ହେବାର ଗୌରବ ହାସଲ କରିଛି।

prayash

ଅଷ୍ଟ୍ରେଲିଆ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୬ ରନ୍‌ ସଂଗ୍ରହ କରିଥିଲା। ବେଥ୍‌ ମୁନି ୫୩ଟି ବଲ୍‌ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରି ୭୪ ରନ୍‌ ସଂଗ୍ରହ କରିଥିଲେ। ଆଲିସା ୨୦ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୧୮ ରନ୍‌ ସଂଗ୍ରହ କରିଥିଲେ। ଆସ୍‌ଲେ ଗାର୍ଡନର ୨୯ ରନ୍‌, ଗ୍ରେସ୍‌ ହାରିସ ୧୦ ରନ୍‌, ମେଗ୍‌ ଲାନିଂ ୧୦ ରନ୍‌ ଓ ତାହିଲଶ ମ୍ୟାକ୍‌ଗ୍ରା ୧ ରନ୍‌ କରିଥିଲେ।

୧୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୩୭ ରନ୍‌ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ପ୍ରାରମ୍ଭିକ ବ୍ୟାଟର ଲୌରା ଉଲ୍‌ଭର୍ଟ ସର୍ବାଧିକ ୬୧ ରନ୍‌ ସଂଗ୍ରହ କରିଥିଲେ। ସେ ୪୮ଟି ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। କ୍ଲୋଏ ଟ୍ରାୟନ ୨୩ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୫ ରନ୍‌ ଯୋଡ଼ିଥିଲେ। ତମିନ ବ୍ରିଟ୍‌ସ ୧୭ଟି ବଲ୍‌ରୁ ୧୦ ରନ୍‌ ଓ ମାରିଜାନେ କାପ୍‌ ୧୧ ରନ୍‌ କରିଥିଲେ। ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।

kalyan agarbati

Comments are closed.